ବାବା ସାହେବ ଅମ୍ବେଦକର ଙ୍କ ମହାପ୍ରୟାଣ ଦିବସ ପାଲିତ

0

ନୂଆପଡାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ଖରିଆର ରୋଡ ବଜାର ପଡାରେ ବାବାସାହେବ ଅମ୍ବେଦକର ଙ୍କ ମହାପରାୟଣ ଦିବସ ଜିଲ୍ଲା ହଡିପା ଗୁରୁ ମହାସମାଜ ର ସଭାପତି ବିଜୟ ସହିସ ଙ୍କ ସଭାପତିତ୍ୱ ରେ ପାଳିତ ହୋଇଯାଇଛି । ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ, ସମ୍ନାନୀତ ଅତିଥି ଭାବରେ ଜିଲ୍ଲା ହାଡିପାଗୁରୁ ଉପସଭାପତି ଆଇନଜୀବି ଶଙ୍କର ସୁନା, ଅବସରପ୍ରାପ୍ତ ସୈନିକ ସୁରେନ୍ଦ୍ର କୁମାର, ହଡିପାଗୁରୁ ଜିଲ୍ଲା ସାଧାରଣ ସମ୍ପାଦକ ମୁଲଚନ୍ଦ ସୁନାନୀ, ସଂପାଦକ ଉପେନ୍ଦ୍ର କୁମାର ସହିସ, ହିରାଲାଲ କୁମାର, ଯୁବସଂଗଠକ ବିଶୁ ବନଛୋର, ଖରିଆର ରୋଡ ସହିସ ସମାଜ ଅଧ୍ୟକ୍ଷ ପ୍ରଭାକର ସେନ୍ଦକର ଯୋଗ ଦେଇଥିଲେ, ମହାପରାଣ ଦିବସ କାର୍ଯ୍ୟକ୍ରମ ରେ ଶିକ୍ଷାବିତ ଭୁବନ ବନଛୋର ଅତିଥି ମାନଙ୍କୁ ସ୍ୱାଗତ ଭାସଣ ଦେଇଥିଲେ, ଏହି ଅବସରରେ ସମାଜ ର ବରିଷ୍ଟ ନାଗରିକ ତଥା ମହିଲା ମାନେ ବହୁ ସଂଖ୍ୟା ରେ ଯୋଗଦେଇ ବାବା ସାହେବ ଙ୍କ ସ୍ମୃତି ଚାରଣ କରି ବାବା ସାହେବ ଙ୍କ ଫଟୋଚିତ୍ର ରେ ଦିପଜାଳି ମାଲ୍ୟର୍ପଣ କରିଥିଲେ, ଖରିଆରରୋଡ ସହିସ ସମାଜ ତରଫରୁ ମୁଖ୍ୟ ଅତିଥି ରାଜେନ୍ଦ୍ର ଢୋଲକିଆ ଙ୍କୁ ଖରିଆର ରୋଡ ବଜାରପଡା ୪ ନମ୍ବର ୱାର୍ଡ ରେ ବସୁନ୍ଦରା ଯୋଜନା ମୁତାବକ ସରକାରୀ ଜମି ପ୍ରଦାନ କରିବା ପାଇଁ ଅନୁରୋଧ କରିଥିବା ବେଳେ ସଫେଇ କର୍ମଚାରୀ କୁ ପୁନର୍ବାସ ଯୋଜନାରେ ଚାକିରୀ, ପାନୀୟ ଜଳ ର ବ୍ୟବସ୍ଥା ପ୍ରତି ଧ୍ୟାନଦେବାପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ, ମୁଖ୍ୟ ଅତିଥି ଶ୍ରୀ ଢୋଲକିଆ ବଜାରପଡା ଲୋକଙ୍କୁ ସ୍ଥାନୀୟ ସମସ୍ୟା ପ୍ରତି ଧ୍ୟାନ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ସବିଶେଷ ରେ ଖରିଆର ରୋଡ ଅମ୍ବେଦକର ସହିସ ର ସଭାପତି ପ୍ରଭାକର ସେନ୍ଦକର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.