ଆଇଟିଡିଏ କାର୍ଯ୍ୟାଳୟ ଉପରେ ବାରିପଦା ବିଧାୟକଙ୍କ ଚଢ଼ାଉ

0

ବାରିପଦା / ଦିଲ୍ଲୀପ ମହାନ୍ତି : ଆଜି ପୂର୍ବାହ୍ନ ରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ ଙ୍କ ସମେତ ବିଜେପିର ଏକ ପ୍ରତିନିଧି ଦଳ ଆଇ.ଟି.ଡିଏ. ଅଫିସ୍ କୁ ଯାଇ ହେବାକୁ ଥିବା ବିଭିନ୍ନ ପ୍ରକାର କାର୍ଯ୍ୟ ବିଷୟରେ ପି.ଏ ଙ୍କ ସହିତ ଆଲୋଚନା କରିବା ସହିତ ବିଭାଗୀୟ ଅଫିସର ଏବଂ ଯନ୍ତ୍ରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ସମ୍ପନ୍ଧରେ ଅବଗତ କରାଇବା ସହିତ ଜନସାଧାରଣଙ୍କ ଉନ୍ନତି ନିମନ୍ତେ ଆସୁଥିବା ଅର୍ଥ ବାଟ ମାରଣା ହେବା ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ | ବିଶେଷକରି ବିଭାଗୀୟ ଅଧିନରେ ନୀୟମ ଅନୁସାରେ ପାଞ୍ଚ ଲକ୍ଷ ରୁ ଅଧିକ ଟଙ୍କାର କାମ ଗୁଡ଼ିକ ଟେନ୍‌ଡର୍ ନକରି ସୁତରାଂ ମୋ ସ୍କୁଲ ଯୋଜନାରେ ସରକାରୀ ଉଚ୍ଚ ବିଦ୍ୟାଳୟର ଉନ୍ନତି କରଣ ପାଇଁ ଆସୁଥିବା କୋଟି କୋଟି ଟଙ୍କା ବିଜୁ ଜନତା ଦଳର କର୍ମୀ ମାନଙ୍କୁ ଥଇଥାନ କରିବା ପାଇଁ ଯୋଜନା କୁ ନିନ୍ଦା କରିବା ସହିତ 5T ର ପ୍ରଥମ “T” କୁ (ସ୍ୱଚ୍ଛତା) ପ୍ରଶ୍ନବାଚି ସୃଷ୍ଟି କରିଛି | 5T ଅଧିନସ୍ଥ ମୋ ସ୍କୁଲ ଯୋଜନାରେ ଖର୍ଚ୍ଚ ହେବା ପାଇଁ ଆସୁଥିବା ସମସ୍ତ ଟଙ୍କା ମୟୂରଭଞ୍ଜ ବାସୀଙ୍କ ସ୍ଵାର୍ଥ ପାଇଁ , କାରଣ ମୟୂରଭଞ୍ଜ ଜିଲ୍ଲା ମିନେ ରାଲ ଜିଲ୍ଲା ହିସାବ ରେ ପରିଗଣିତ ହେଉଅଛି | ସାହା କମିଶନ୍‌ଙ୍କ ଦ୍ୱାରା ଖଣିକ ପଦାର୍ଥ ଭରପୁର ଥିବା ଜିଲ୍ଲା ଗୁଡ଼ିକ ରୁ ଆଦାୟ ହୋଇଥିବା (ଅମ୍ବାର୍ଡୀ ସି) ଟିକସ୍‌ ଉକ୍ତଟଙ୍କା ଆଦିବାସୀ ଅଧ୍ୟୁଷିତ  ମୟୂରଭଞ୍ଜ ବାସୀଙ୍କ ବିକାଶ ନିମନ୍ତେ ଖର୍ଚ୍ଚ ପାଇଁ ଉଦ୍ଧିଷ୍ଟି | ଉକ୍ତ ଟଙ୍କାକୁ ଟେନ୍‌ଡର କରି ଖର୍ଚ୍ଚ  କରିବା ପାଇଁ ପିଏ ଙ୍କୁ ଚେତାବନୀ ଦେଇଥିଲେ| ସେଥିରେ ବ୍ୟତିକ୍ରମ ଘଟିଲେ ଦୁର୍ନୀତିର ଗନ୍ତାଘର ସାଜିଥିବା ଆଇ.ଟି.ଡିଏ ଅଫିସ୍ କୁ ତାଲା ପକାଇ ଦିଆଯିବ ବୋଲି  ଚେତାବନି  ଦେଇଥିଲେ  | ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉନ୍‌ସିଲର ଲକ୍ଷ୍ମୀଧର ହାବୋଡ଼ା ଜିଲ୍ଲା ସଭାପତି କାନ୍ଦ୍ରା ସରେନ୍, ପରେଶଚନ୍ଦ୍ର ମହାନ୍ତ, ରସିକା ନଦ ମିଶ୍ର, ବିଜୟ ଦାସ, ପ୍ରବୀଣ ପାତ୍ର, ଦନାଦନ  ମହାନ୍ତ, ରତିକାନ୍ତ ମହାନ୍ତ, ବଳରାମ ସାହୁ, ଲକ୍ଷ୍ମଣତ୍ରିପାଠୀ, ଇନ୍ଦ୍ର ଭୁଷଣ ଜେନା, ଗୋପାଳ ସାହୁ, କୁମାର ମଙ୍ଗଳତ୍ମ,ନିରଞ୍ଜନ ଦାସ , ଦେବବ୍ରତ ସାମଲ, ତପନ ହାବୋଡ଼ା, ସନୁ ରଣା, କାଳିଚରଣ ହେମ୍ବ୍ରମ୍, ଖକନ ଦାସ, ସଂଗ୍ରାମ, ଗାୟତ୍ରୀ ପରିଡ଼ା, ଲୁଧିଆ ହାଁସଦା, ସୋରଜ  ରାଉତ, ଶିଲୁ  ଭାଇ, ଲମ୍ବୋଧର  ବେହେରା, ହେମ  ଭାଇ, କେଶର  ଭାଇ ପ୍ରମୁଖ  ଶୋତାଧିକ  କର୍ମୀ  ସାମିଲ  ହୋଇଥିଲେ |

Leave A Reply

Your email address will not be published.