ମାହାଙ୍ଗାରେ ଭିତ୍ତିଭୂମିର ବିକାଶ ଓ ଗୁଣାତ୍ମକଶିକ୍ଷା ପାଇଁ ୨୯ ସରକାରୀ ବିଦ୍ୟାଳୟକୁ ମିଳିଲା ୫ଟି ରୂପାନ୍ତରିତ ସ୍କୁଲର ମାନ୍ୟତା

0

ମାହାଙ୍ଗା /ଶାସକ ପ୍ରଶାସକ -ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହିତ ସମ୍ପୃକ୍ତ ବିଦ୍ୟାଳୟ ଗୁଡିକର ଭିତ୍ତିଭୁମିକୁ ସୁଦୃଢ ନିମନ୍ତେ ୫ଟି ଜରିଆରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକୁ ରୂପାନ୍ତରିତ ବିଦ୍ୟାଳୟ ଭାବେ ଗଢି ତୋଳିବାପାଇଁ ସରକାରଙ୍କ ଘୋଷଣାକୁ ସାଧାରଣ ଜନତା ଓ ବୁଦ୍ଧିଜୀବୀ ସ୍ୱାଗତ କରିଛନ୍ତି | ଏହି ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଭୟ ନିଶ୍ଚିନ୍ତକୋଇଲି ଏବଂ ମାହାଙ୍ଗା ବ୍ଲକ ଅଂଚଳରେ ୩ଟି ସରକାରୀ ସ୍କୁଲକୁ ଏହି ରୂପାନ୍ତରିତ ସ୍କୁଲର ମାନ୍ୟତା ମିଳିଥିଲା| ସେହିସବୁ ସ୍କୁଲ ଗୁଡିକୁ ଉନ୍ନତିକରଣ ପାଇଁ ପ୍ରଶାସନ ପକ୍ଷରୁ ନିର୍ମାଣକାର୍ଯ୍ୟ ସମ୍ପନ୍ନ ହୋଇପାରିଛି | ତେବେ ଦ୍ୱିତୀୟ ପର୍ଯ୍ୟାୟରେ ମାହାଙ୍ଗା ବ୍ଲକର ୧୫ ଟି ସରକାରୀ ହାଇସ୍କୁଲ ଏବଂ ନିଶ୍ଚିନ୍ତକୋଇଲି ବ୍ଲକର ୧୪ ଟି ସରକାରୀ ସ୍କୁଲକୁ ରୂପାନ୍ତରିତ ଯୋଜନାରେ ସାମିଲ କରାଯିବା ଜଣାପଡିଛି | ସ୍ଥାନୀୟ ବିଧାୟକ ତଥା ଆଇନି, ପଞ୍ଚାୟତରାଜ, ପାନୀୟଜଳଯୋଗାଣ, ନଗରଉନ୍ନୟନ ଏବଂ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ ଫଳରେ ଏହି ନିର୍ବାଚନ ମଣ୍ଡଳୀରେ ଶିକ୍ଷାର ବିକାଶ ତ୍ୱରାନ୍ୱିତ ହୋଇପାରିବବୋଲି କୁହାଯାଉଛି | କଂକ୍ରିଟ ସଡକ ତିଆରି କରାଯାଇ କେବଳ ରାସ୍ତାଘାଟର ଉନ୍ନତି ହୋଇଛି ବୋଲି କହିଲେ ହେବନି, ବରଂ ଆମ ପିଲାମାନଙ୍କୁ ଗଢିବା ପାଇଁ ବିଦ୍ୟାଳୟର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଥିବାରୁ ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି |
ମାହାଙ୍ଗା ବ୍ଲକର ସମସରପୁର, କଇଥା, ବାସୁଦେବପୁର, କୁହୁଣ୍ଡା, କୋଳିଅଠା, ମୂଳବସନ୍ତ, ଭେଡା, ମଉଦା, ନୁର୍ତ୍ତାଙ୍ଗ, କୁସୁପୁର, ଶ୍ରୀକୃଷ୍ଣପୁର, ମାହାଙ୍ଗା, ଚାହାପଡା, ଲଳିତଗିରି, କୁରୁଜଙ୍ଗା ପଞ୍ଚାୟତର ୧୫ ଟି ସରକାରୀ ହାଇସ୍କୁଲ ଓ ନିଶ୍ଚିନ୍ତକୋଇଲି ବ୍ଲକର କେରିଲୋ, କେନ୍ଦୁପାଟଣା, ରାମକୃଷ୍ଣପୁର, ଖଣ୍ଡାସାହି, ବଡ଼କ୍ଷୀରି, ଓର୍ତ୍ତି, ଝଡ଼େଶ୍ୱରପୁର, ନରେନ୍ଦ୍ରପୁର,କୁଳିଆ,ନିଶ୍ଚିନ୍ତକୋଇଲି, ଜିଗିନିପୁର, ବନ୍ଧକାଟିଆ, ବରାଦୋ, କେଣ୍ଟାଳୋ ଭଳି ୧୪ ଟି ପଞ୍ଚାୟତରେ ଥିବା ବିଭିନ୍ନ ହାଇସ୍କୁଲକୁ ୫ଟି ଅଧିନରେ ନିଆଯାଇ ଏହି ସମସ୍ତ ସରକାରୀ ସ୍କୁଲ ଗୁଡିକୁ ରୂପାନ୍ତରିତ ବିଦ୍ୟାଳୟର ମାନ୍ୟତା ପ୍ରଦାନ ଯୋଗୁଁ ସ୍ଥାନୀୟ ଅଂଚଳର ଅଭିଭାବକ, ବୁଦ୍ଧିଜୀବୀ, ଗ୍ରାମବାସୀ ଏବଂ ବିଦ୍ୟାର୍ଥୀ ମାନେ ବେଶ ଉତ୍ସାହିତ ହେବା ଦେଖିବାକୁ ମିଳିଛି |
ବର୍ଷବର୍ଷ ଧରି ଭିତ୍ତିଭୂମି ଅଭାବରୁ ସମ୍ପୃକ୍ତ ସ୍କୁଲ ଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ | ଏସବୁ ବିଦ୍ୟାଳୟ ଗୁଡିକୁ କିପରି ଅଧିକ ଉନ୍ନତ କରାଯିବ ଏବଂ ବିଦ୍ୟାର୍ଥୀ ମାନେ ଉତ୍ତମ ଶିକ୍ଷା ଗ୍ରହଣ କରିବାପାଇଁ ଅଧିକରୁ ଅଧିକ ସୁଯୋଗ ସୁବିଧା ପାଇପାରିବେ, ସେ ସବୁକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଫଳରେ ସରକାର ଉପରୋକ୍ତ ନିଷ୍ପତି ନେଇଥିଲେ | ଶିକ୍ଷାର ବିକାଶ କ୍ଷେତ୍ରରେ ମାହାଙ୍ଗାକୁ ଆହୁରି କିପରି ଅଧିକ ସୁଦୃଢ କରାଯାଇପାରିବ ସେଥିପାଇଁ ମନ୍ତ୍ରୀ ଶ୍ରୀ ଜେନା ସବୁ ବର୍ଗର ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି |

Leave A Reply

Your email address will not be published.