ଫୋକସ ରେ ଶିକ୍ଷା, ବଦଳୁଛି ଭିତ୍ତିଭୂମି ;ସ୍କୁଲ ରୂପାନ୍ତରଣ ୨ୟ ପର୍ଯ୍ୟାୟରେ ନିଶ୍ଚିନ୍ତକୋଇଲି ବ୍ଲକର ୧୪ ହାଇସ୍କୁଲ

0

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଅଞ୍ଚଳବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ ।

ନିଶ୍ଚିନ୍ତକୋଇଲି(ଶାସକ ପ୍ରଶାସକ):- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ୧୪ ଗୋଟି ଉଚ୍ଚ ବିଦ୍ୟାଳୟକୁ ୫ଟି ରୂପାନ୍ତରିତ ବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ଫଳରେ ସାରା ଅଞ୍ଚଳବାସୀ ଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ଏନେଇ ନିଶ୍ଚିନ୍ତକୋଇଲି ଆଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସୁନାମଧନ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5ଟି ଯୋଜନାର ୨ୟ ପର୍ଯ୍ୟାୟରେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରୁ ୧୪ ଗୋଟି ଉଚ୍ଚବିଦ୍ୟାଳୟ ଯଥା- ହରଚଣ୍ଡୀ ଉଚ୍ଚ ବିଦ୍ୟାପୀଠ କେରିଲୋ, କେନ୍ଦୁପାଟଣା ଉଚ୍ଚ ବିଦ୍ୟାଳୟ, ରାମକୃଷ୍ଣପୁର-ଓସ୍ତପୁର ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥ ବିଦ୍ୟାପୀଠ ଖଣ୍ଡସାହି, ବାବା ମୁକୁନ୍ଦଦାସ ଉଚ୍ଚ ବିଦ୍ୟାଳୟ ବଡ଼କ୍ଷୀର,କଳିଙ୍ଗ ମଡେଲ ସରକାରୀ ଉଚ୍ଚ ବିଦ୍ୟାଳୟ ନରେନ୍ଦ୍ରପୁର,ନରୁଆ ମଙ୍ଗଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଝଡେଶ୍ୱରପୁର, ଖଣ୍ଡାୟତ ପଟକିରା ଉଚ୍ଚ ବିଦ୍ୟାଳୟ ଓର୍ତି,କାଶୀପୁର ମୁକ୍ତେଶ୍ଵର ନୋଡାଲ ବିଦ୍ୟାପୀଠ କୁଳିଆ, ଅହମ୍ମଦ ବକ୍ସ ଉଚ୍ଚ ବିଦ୍ୟାଳୟ ନିଶ୍ଚିନ୍ତକୋଇଲି, ବାଳକୃଷ୍ଣ ବିଦ୍ୟା ନିକେତନ ନୋଡାଲ ଉଚ୍ଚ ବିଦ୍ୟାଳୟ ଜିଗ୍ନିପୁର,ଜୁବୁଲି ବିଦ୍ୟାପୀଠ ବନ୍ଧକାଟିଆ,ବାପୁଜି ବିଦ୍ୟାପୀଠ ପାଟପୁର ବରାଦୋ, କୁଳସୁକରପଡା ସରକାରୀ ଉଚ୍ଚ ବିଦ୍ୟାଳୟ କେଣ୍ଟାଳୋ କୁ ୫ଟି ରୁପାନ୍ତରିତ ବିଦ୍ୟାଳୟ ର ମାନ୍ୟତା ପ୍ରଦାନ କରାଯାଇଛି । ଏହାର ମୁଖ୍ୟ ଉଦେଶ୍ୟ ରହିଛି ସରକାରୀ ବିଦ୍ୟାଳୟ ଗୁଡିକୁ ରୁପାନ୍ତରିତ ବିଦ୍ୟାଳୟ ରେ ପରିଣତ କରିବା ଯାହାଦ୍ୱାରା ବିଦ୍ୟାଳୟ ରେ ଡିଜିଟାଲ କ୍ଲାସ ରୁମ, ଇ ଲାଇବ୍ରେରୀ, ସ୍ୱଚ୍ଛ ସୁନ୍ଦର ପରିବେଶ, ଉନ୍ନତମାନର ଶୈକ୍ଷିକ ପ୍ରଣାଳୀରେ ଛାତ୍ର ଛାତ୍ରୀ ଙ୍କୁ ଗୁଣାତ୍ମକ ଶିକ୍ଷା ବିକାଶ କରିବା ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଡିଜିଟାଲ ପ୍ରଣାଳୀରେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିପାରିବେ ଯାହା ହେଉଛି ୫ଟି ରୂପାନ୍ତରିତ ର ମୁଖ୍ୟ ଲକ୍ଷ । ତେବେ ରାଜ୍ୟ ସରକାର ନବୀନ ପଟ୍ଟନାୟକଙ୍କ ସରକାରୀ ବିଦ୍ୟାଳୟ ଗୁଡିକୁ ବିକାଶ କରିବା ପାଇଁ ଏହା ହେଉଛି ଏକ ଯୁଗାନ୍ତକାରୀ, ସମାଜ ବିକାଶମୁଖୀ ପଦକ୍ଷେପ । ଏହି ୫ଟି ରୂପାନ୍ତରିତ ଯୋଜନାର ୨ୟ ପର୍ଯ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରୁ ୧୪ ଗୋଟି ବିଦ୍ୟାଳୟ କୁ ସାମିଲ କରାଯାଇଥିବାରୁ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝା,ବିଡ଼ିଓ କର୍ଣ୍ଣଦେବ ସମାଦାର,ଏବିଡ଼ିଓ ସୁଶାନ୍ତ କୁମାର ରଣା,ବ୍ଲକ ଶିକ୍ଷାଧିକାରୀ ଲକ୍ଷେ ହୀରା ଲାବଣ୍ୟବତୀ ବେହେରା ଙ୍କ ସମେତ ସମସ୍ତ ବିଦ୍ୟାଳୟ ର ପ୍ରଧାଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ,ଶିକ୍ଷୟତ୍ରୀ, ଅଭିଭାବକ, ଛାତ୍ର, ଛାତ୍ରୀ, ସମଗ୍ର ଅଞ୍ଚଳବାସୀ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ ପାଇଁ ଏହା ସାକାର ହେବାକୁ ଯାଉଥିବାରୁ ବହୁ ବୁଦ୍ଧିଜୀବି,ଆଇନଜୀବୀ, ବରିଷ୍ଟ ନାଗରିକ, ଅଞ୍ଚଳବାସୀ ମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.