” ଜୱାଦ” : ଭୁଶୁଡିଲା ଦୁଇ ଘର କାନ୍ଥ, ୭ ଟି ଟିମ କରିବେ ଧାନ କ୍ଷୟକ୍ଷତି ଆକଳନ ।

0

ବୁଗୁଡା/ଡ଼. କୁମୁଦ ଚନ୍ଦ୍ର ବେହେରା:  ବାତ୍ୟା “ଜୱାଦ” ପ୍ରଭାବରେ ଅଧିକ ପବନ ନହେବା ଯୋଗୁଁ କ୍ଷତି ହୋଇଛି ମାତ୍ର ଦୁଇ ପରିବାରର ଦୁଇଟି କାନ୍ଥ , ହେଲେ ବ୍ୟାପକ କ୍ଷତି ଘଟାଇଲା ଧାନ ଫସଲ। ଦୁଇ ପରିବାରର କାନ୍ଥ ଭୁଶିଡ଼ି ଥିବା ବେଳେ ଉଭୟ ପ୍ରଶାସକ ଓ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ବୁଗୁଡା ବ୍ଲକ ଅରଖପୁର ପଞ୍ଚାୟତର ଖରିଡା ଗ୍ରାମର ପ୍ରେମାଲତା ବିଷୋୟୀ ଓ ରେଣୁକା ବିଷୋୟୀଙ୍କ କାନ୍ଥ ଭୁଶୁଡି ପଡିଥିବା ଯୋଗୁଁ ଜରୁରୀ ସେବାପାଇଁ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଦୁଇ ପରିବାରକୁ ପାଲ ଯୋଗାଇଦେଇଥିବା ବେଳେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ୨୫ କିଲୋ ଚାଉଳ, ଚୁଡା, ଚିନି ଓ ବିସ୍କୁଟ ଯୋଗାଇ ଦେଇଥିଲେ। ଦୁଇ କ୍ଷତିଗ୍ରସ୍ତଙ୍କ ନାମ ତାଲିକା ଭୁକ୍ତ ଥିବାବେଳେ ତୁରନ୍ତ ପକ୍କା ଗୃହ ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଥିଲେ। ଚାଷୀମାନଙ୍କ ଧାନ ଓ ଫସଲର କ୍ଷୟକ୍ଷତି ଆକାଳନ ପାଇଁ ସୋମବାର ଦିନ ରାଜସ୍ୱ ବିଭାଗ ଓ କୃଷି ବିଭାଗକୁ ନେଇ ଏକ ମିଳିତ ବୈଠକ ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ସାତଟି ଟିମ ଗଠନ କରାଯାଇଥିବା ବେଳେ ତୁରନ୍ତ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ପରାମର୍ଶ ଦିଆଯାଇଥିଲା। ତହସିଲଦାର ଶ୍ରୀ ଜେନା ଓ ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ଉଭୟେ ବିଭିନ୍ନ ଅଞ୍ଚଳରେ ଧାନ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ପରିଦର୍ଶନ କରିଥିଲେ। କ୍ଷୟକ୍ଷତି ଆକଳନ ପରେ ସରକାରୀ ନିର୍ଦ୍ଦେଶ ପ୍ରକାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ଜେନା ପ୍ରକାଶ କରିଥିଲେ।

Leave A Reply

Your email address will not be published.