ବୁଗୁଡା (ଡ଼. କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ମାଁ ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ସୋମବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ୨୪ ପ୍ରହାର ଅଖଣ୍ଡ ନାମଯଜ୍ଞ ପାଇଁ ଅଧିବାସ କାର୍ଯ୍ୟ ସମ୍ପନ୍ନ ହୋଇଛି। ଗୋଲିଆ ଗ୍ରାମର ମାଁ ଶ୍ୟାମାକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଗତକାଲି ରବିବାର ଠାରୁ ଆରମ୍ଭ ହୋଇ ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟ ସମ୍ପାଦନ ହୋଇଥିଲା। ସୋମବାର ଦିନ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ବା ଜଳ ଯାତ୍ର ସମ୍ପାଦାନ ହେବା ସହ ବନଯୋଗ ଓ ମଣ୍ଡଳ କରଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଅଧିବାସ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା। ମାଁ ଶ୍ୟାମାକାଳୀ ଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପୁରୋହିତ ଗୋଦାବରୀଶ ହୋତା, ପ୍ରମୋଦ ହୋତା ଓ ଶଶାଙ୍କ ଭୂଷଣ ହୋତା ସମେତ ୧୫ ଜଣ ପୁରୋହିତ ନିୟୋଜିତ ହୋଇଥିବା ବେଳେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ କାର୍ତ୍ତା ଭାବେ ଭାରତ ପୃଷ୍ଟି ଓ ପ୍ରଫୁଲ୍ଲ ପୃଷ୍ଟି ଅଂଶ ଗ୍ରହଣ କରିଛନ୍ତି। ମଙ୍ଗଳ ବାର ଦିନ ସକାଳ ୭ ଟା ସମୟରେ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହେବା ସହ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ଆରମ୍ଭ ହେବ। କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ସହଯୋଗ କରିବା ପାଇଁ ମାନସ ରଞ୍ଜନ ପ୍ରଧାନଙ୍କ ସମେତ ଗ୍ରାମବାସୀ ବୃନ୍ଦ ଅନୁରୋଧ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.