ରାଜ୍ୟସ୍ତରୀୟ ଚମ୍ପିଆନସିପ୍ ପାଇଁ ଗଜପତିର ୧୨ ଜଣିଆ ଖୋଖୋ ଦଳ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଖୋଖୋ ଦଳ ଆସନ୍ତା ୧୨ ତାରିଖରେ ଅନୁଗୁଳରେ ଆରମ୍ଭ ହେବାକୁ ଥିବା ରାଜ୍ୟ ଚମ୍ପିଆନ୍ ସିପ୍ ରେ ଭାଗ ନେବେ ବୋଲି ସ୍ଥିର ହୋଇଛି।
ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି (ସୋମବାର ଦିନ) ଏହି ନିଷ୍ପତ୍ତି ନିଆଯାଇଛି। ଏହି ଦଳରେ ୧୨ ଜଣ ଖେଳାଳୀ ଭାଗ ନେବାକୁ ଥିଲା ବେଳେ ଏଥିରୁ ୩ଜଣ ଖେଳାଳୀ ଜାତୀୟ ସ୍ତରରେ ଖେଳି ସାରିଛନ୍ତି। ଏହି ଦଳ ଆସନ୍ତା ୧୧ତାରିଖରେ ଅନୁଗୁଳ ଗସ୍ତ କରିବେ।
ଏହି ଦଳ ରାଜ୍ୟ ଚମ୍ପିଆନ୍ ସିପ୍ ରେ ଉତ୍ତୀର୍ଣ୍ଣ ହେବା ସହ ଜିଲ୍ଲା ପାଇଁ ଗୌରବ ଆଣିବେ ବୋଲି ଜିଲ୍ଲାପାଳ ଶୁଭକାମନା ଜଣାଇଛନ୍ତି। ଆଗାମୀ ଦିନରେ ଖୋଖୋ ଖେଳର ଉନ୍ନତି ପାଇଁ ସବୁ ପ୍ରକାର ସହଯୋଗ ଜିଲ୍ଲା ପ୍ରଶାସନ ଯୋଗାଇଦେବା କଥା ଜିଲ୍ଲାପାଳ ପ୍ରତିଶୃତି ରଖିଛନ୍ତି।

Leave A Reply

Your email address will not be published.