ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟ ଓ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମହିଳା ସୁରକ୍ଷା ଓ ଅଧିକାରକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ତ୍ରିପାଠୀ ଏବଂ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁଜାତା କୁମାରୀ ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରୀମାନଙ୍କ ପ୍ରତି ହୋଉଥିବା ଅନ୍ୟାୟ ଓ ଏହାର ମୁକାବିଲା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ୟକ ଧାରଣା ଦେଇଥିଲେ।
“ସଖୀ”ୱାନ୍ ଷ୍ଟପ୍ କେନ୍ଦ୍ରର କେନ୍ଦ୍ରପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଯୋଗଦେଇ ନାବାଳିକା ପ୍ରତି ହେଉଥିବା ଅତ୍ୟାଚାର , ନିର୍ଯ୍ୟାତନା ଓ ଏହାର ଆଇନଗତ କାର୍ଯ୍ୟାନୁଷ୍ଠାନ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।
ସେହିଭଳି ଶ୍ରୀମତୀ ମୀନା କୁମାରୀ ଟହଲ ଯୋଗଦେଇ ଜିଲ୍ଲାରେ ନାବାଳିକା ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବିଭିନ୍ନ ଶାରିରୀକ ଓ ମାନସିକ ତଥା ବାହ୍ୟ ରାଜ୍ୟକୁ ଚାଲାଣ ଏବଂ ବାଲ୍ୟବିବାହ ଉପରେ କିଭଳି ରୋକାଯାଇପାରିବ ଏ କଥା ବୁଝାଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସୁଶ୍ରୀ ସୁମତି ପରିଚ୍ଛା , ପ୍ରଣତି ପ୍ରିୟା ଦର୍ଶନୀ ଦାସ , ହରିକୃଷ୍ଣ ଚୌଧୁରୀ , ଜି. ଲକ୍ଷ୍ମୀ ତାୟାରୁ , ଏମ୍ . ଗାୟତ୍ରୀ , ବି. ମାଧବୀ , ଜି.ସୌଜନ୍ୟା , ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ। ପରିଶେଷରେ ସୁନିତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post