ନଗସପୁର ବିଜେପି ମଣ୍ଡଳ ଅଧିନ ତରତ ଗ୍ରାମପଞ୍ଚାୟତ ଠାରେ ପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

0 2

ମାହାଙ୍ଗା-ନିଶ୍ଚିନ୍ତକୋଇଲି / ସପ୍ତଜ୍ୟୋତି ବରାଳ – ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ନଗସପୁର ମଣ୍ଡଳ ଅନ୍ତର୍ଗତ ତରତ ଗ୍ରାମ ପଞ୍ଚାୟତ ଠାରେ ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଣ୍ଡଳ ସଭାପତି ଅଶୋକ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପାର୍ଥୀ ଶ୍ରୀ ସାରଦା ପ୍ରସାଦ ପ୍ରଧାନ ଯୋଗ ଦେଇ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଞ୍ଚଳରେ ବିଜେପି ସଂଗଠନକୁ ସୃଦୁଢ଼ କରିବା ସହ ପ୍ରତି ପଞ୍ଚାୟତ ସ୍ତରରେ ଆଗାମୀ ନିର୍ବାଚନରେ ଜିଲ୍ଲା ପରିଷଦ ଜୋନ୍ ଓ ପଞ୍ଚାୟତରେ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ତରତ ଗ୍ରାମ ପଞ୍ଚାୟତ ହେଉଛି ଦୁର୍ନୀତିର ଗନ୍ତାଘର| ଆବାସ ଯୋଜନା ଠୁ ଆରମ୍ଭ କରି ତରତ ହାଟ, ପାନୀୟ, ମନରେଗା ବିଭିନ୍ନ ସରକାରୀ କାର୍ଯ୍ୟରେ ମହା ଘୋଟାଲା ହୋଇ ଥିବା ସାରଦା ଅଭିଯୋଗ କରିବା ସହ ଶାସକ ଦଳ ନେତା ଠାରୁ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଯନ୍ତ୍ରୀ ବିଡ଼ିଓ ପର୍ଯ୍ୟନ୍ତ ଦୁର୍ନୀତିରେ ସମସ୍ତଙ୍କ ହାତ ରହିଛି ବୋଲି ସାରଦା ଅଭିଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପିତାମ୍ବର ମହାନ୍ତି, ପଞ୍ଚାୟତ ସଭାପତି ମନୋରଞ୍ଜନ ବଳ, ମହିଳା ମୋର୍ଚ୍ଚା ପଞ୍ଚାୟତ ସଭାନେତ୍ରୀ ମାମିନା ମଲ୍ଲିକ, ମଣ୍ଡଳ କମିଟି ସଭ୍ୟ ଯଶୋବନ୍ତି ଲେଙ୍କା, ଉପେନ୍ଦ୍ର ପଣ୍ଡା, ସୁରେନ୍ଦ୍ର ନାଥ ରାଉତ, ଅଜୟ କୁମାର ମହାପାତ୍ର, କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ଭାବଗ୍ରାହୀ ମହାନ୍ତି, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଦେବଦତ୍ତ କରଙ୍କ ସହ ୭ ଗୋଟି ମଣ୍ଡଳ ମୋର୍ଚ୍ଚା ସଭାପତି ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ।

Leave A Reply

Your email address will not be published.