ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ଏକାଦଶତମ ବୈଠକ ଭର୍ଚୁଆଲ ମିଟିଙ୍ଗ ଜରିଆରେ ଅନୁଷ୍ଠିତ ।

0 1

ନିଶ୍ଚିନ୍ତକୋଇଲିରୁ ଦେବେନ୍ଦ୍ର ଷଡ଼ଙ୍ଗୀ- ସରକାରଙ୍କ ନିର୍ଦେଶ ଅନୁଯାୟୀ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ଏକାଦଶ ତମ ବୈଠକ ଭର୍ଚୁଆଲ ମିଟିଙ୍ଗ ଜରିଆରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଞ୍ଚାୟତ ସମିତି ଅଧକ୍ଷା ସବିତା ଓଝା ସଭାପତିତ୍ୱ କରିଥିଲା ବେଳେ ପଂଚାୟତ ସମିତିର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ଏପରିକି ଆଗକୁ ଆସୁଥିବା ଓମିକ୍ରନ ସମ୍ଭାବ୍ୟ ବାତ୍ୟାରେ ସମସ୍ତଙ୍କୁ ସଜାଗ ରହିବା ପାଇଁ ଶ୍ରୀମତୀ ଓଝା ପରାମର୍ଶ ଦେଇଥିଲେ । ଏହି ବୈଠକରେ ନିଶ୍ଚିନ୍ତକୋଇଲି ବ୍ଲକ ବିଡ଼ିଓ କର୍ଣ୍ଣଦେବ ସମାଦାର ଯୋଗଦାନ କରି ସମସ୍ତ ସରପଞ୍ଚ, ସମିତିସଭ୍ୟ, ଜିଲାପରିଷଦ ସଭ୍ୟ ମାନଙ୍କୁ ମହାମାରୀ କରୋନା କୁ ଦୁରୀଭୂତ କରିବା ପାଇଁ ସଚେତନ ରହିବା ପାଇଁ ନିର୍ଦେଶ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ରମାକାନ୍ତ ମହାନ୍ତି, ଏବିଡ଼ିଓ ସୁଶାନ୍ତ କୁମାର ରଣା, ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ଅଶୋକ କୁମାର ଓଝା,ଜିପିଓ ଜନ୍ମେଜୟ ରାଉତ,ଜିଲ୍ଲା ପରିଷଦ ସଭ୍ୟ ଜାହିର ମହମଦଙ୍କ ସମେତ ପଂଚାୟତ ସମିତିର ସମସ୍ତ ସଭ୍ୟ, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ତେବେ ଏହି ବୈଠକରେ ମୁଖ୍ୟତଃ ପଂଚାୟତ ସ୍ତରରେ ହୋଇଥିବା ମନରେଗା କାର୍ଯ୍ୟ, କୃଷି ,ବିଦ୍ୟୁତ ସେବା ,ପାନୀୟଜଳ,ଆକ୍ସନ ପ୍ଲାନ ସମ୍ବନ୍ଧୀୟ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ଏହି ବୈଠକରେ ବ୍ଲକ କର୍ମଚାରୀ, ବିଦ୍ୟୁତ ବିଭାଗ, ପାନୀୟଜଳ ବିଭାଗ ,କୃଷି ବିଭାଗ,ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଅଧିକାରୀ ଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ,ଜିଲାପରିଷଦ ସଭ୍ୟା ସଭ୍ୟ ମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.