ପୁରାତନ ଛାତ୍ର ସଂସଦ ପକ୍ଷରୁ ଗୁରୁ ଶ୍ରେଷ୍ଠ ସମ୍ମାନ ଉତ୍ସବ

0 1

ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ) -:ବ୍ଲକ ଅଧିନସ୍ଥ ଓଢଙ୍ଗ ଠାରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଗୁରୁ ଶ୍ରେଷ୍ଠ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ପୁରାତନ ଛାତ୍ର ସଂସଦର ସଭାପତି ରବୀନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ ରାଜ କିଶୋର ସାହୁ, ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିବା ସହିତ ପୁରାତନ ଛାତ୍ର ମାନଙ୍କର ଏହି ମହତ୍ୱ କାର୍ଯ୍ୟକୁ ପ୍ରଶଂସା କରିଥିଲେ | ଏହି ଅବସରରେ ପୁରାତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଗୁରୁ ଶ୍ରେଷ୍ଠ ସମ୍ମାନ 2021ରେ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ଠାରୁ ଆଶୀର୍ବାଦ ନେଇ ଥିଲେ ପୁରାତନ ଛାତ୍ର ମାନେ | ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ଏହି ବିଦ୍ୟାଳୟରେ ସମସ୍ତ ପୁରାତନ ଛାତ୍ର, ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ |

Leave A Reply

Your email address will not be published.