ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସର ଶେଷ ରବିବାର ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା କୃପାଳୁ ଶିଶୁ ସାହିତ୍ୟ ଆସରରେ ଶିଶୁ କବିତା ପାଠ କାର୍ଯ୍ୟକ୍ରମର ପ୍ରଥମ କଳାଂଶରେ କେନ୍ଦ୍ରର ପ୍ରଧାନାଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ଜୀ ନିର୍ଦ୍ଧାରିତ ପ୍ରାଣାୟାମ , ଗୀତାଶ୍ଳୋକ ଆବୃତ୍ତି ଅଭ୍ୟାସ କରାଇବା ସହ ସତ୍ୟ ଘଟଣା ଆଧାରିତ କାହାଣୀ ମାଧ୍ୟ୍ୟମରେ ଗୀତ ଗୋବିନ୍ଦ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ।
ଦ୍ଵିତୀୟ କଳାଂଶରେ ମୁଖ୍ୟ ଅତିଥି ରୂପେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଶିକ୍ଷୟତ୍ରୀ ଶିଶୁ ପ୍ରେମୀ ଗୀତାଞ୍ଜଳି ଦାସ ଯୋଗଦେଇ କବିତା ଲିଖନ ଓ ପଠନ କିଭଳି କରିବା ଶିଶୁ ମାନଙ୍କୁ ଅତି ସହଜ ଓ ସୁନ୍ଦର ଭାବରେ ବୁଝାଇଥିଲେ।
ଏଥିରେ ଶିଶୁ ପ୍ରଜ୍ୟୋତି ଚୌଧୁରୀଙ୍କ ସ୍ଵଲିଖିତ ଏକ କବିତା ପାଠ କରିଥିଲେ – ନିଜକୁ ନିଜେ ଚିହ୍ନିବା , ତାପରେ ଅନ୍ୟକୁ ଚିହ୍ନିବା , ସମୟ ଦେଖି କାମରେ ଲାଗିବା, ପର ପାଇଁ ଟିକେ ଭାବିବା , ନିଜ ଶରୀରକୁ ସୁସ୍ଥ ରଖିବା , ଅନ୍ୟର ସେବା କରିପାରିବା।
ତୃତୀୟ କଳାଂଶରେ କେନ୍ଦ୍ରର ଆଚାର୍ଯ୍ୟା ଦ୍ବୟ ମନୋରମା ପତି ଏବଂ ବିଷ୍ନୁପ୍ରିୟା ପଣ୍ଡା ଶିଶୁମାନଙ୍କ ଲିଖିତ କବିତା , ସେମାନଙ୍କ ଭଲ କାର୍ଯ୍ୟ ଓ ସପ୍ତାହର ବିଶିଷ୍ଟ ଦିନମାନଙ୍କର ଆଲୋଚନା କବିତା ମାଧ୍ୟ୍ୟମରେ କରାଇଥିଲେ। ଗୁରୁବାର ପୂଜା କଥା ଶିଶୁ ପ୍ରୀତିଗନ୍ଧା ପୂଜାରୀ , ଜଗନ୍ନାଥ ଜଣାଣ ସୁଶ୍ରୀ ବାର୍ଷିତା ଦାସ , ପ୍ରାର୍ଥନା ଶୁଭଲକ୍ଷ୍ମୀ ପାଣି , ସେହିଭଳି ସୁଶ୍ରୀ ହର୍ଷିତା ହିମାଙ୍ଗୀ ତାଙ୍କ ପରିବାର ସହ ବାଳ ମୁକୁନ୍ଦ କେନ୍ଦ୍ରର ମୁଖ୍ୟ ସ୍ୱାମୀ ମୁକୁନ୍ଦାନନ୍ଦ ଜୀ ଙ୍କୁ ବର୍ତ୍ତମାନ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ସାକ୍ଷାତକାର କରିଥିବା ଅନୁଭୂତିକୁ ପ୍ରକାଶ କରିଥିଲେ।
ଶେଷରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଆଗାମୀ କାର୍ଯ୍ୟକ୍ରମର ସୂଚନା ଦେବାପରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.