ଅତିରିକ୍ତ ଜିଲ୍ଲାପାଳଙ୍କ ମୋହନା ଗସ୍ତ : ୧୦ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇଲେ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଗସ୍ତରେ ଆସି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ପାଠ ପଢ଼ାଇଥିବା ଦେଖିବାକୁ ମିଳିଛି।
ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଭୋଟ ଗଣତି କେନ୍ଦ୍ର ଓ ଭୋଟ ବାକ୍ସ ଗୁଡିକୁ ନିରାପଦରେ ରଖିବା ପାଇଁ ଉଦ୍ଦିଷ୍ଟ ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ବିଦ୍ୟାଳୟକୁ ଭୋଟ ଗଣତି କେନ୍ଦ୍ର ପାଇଁ ଚୟନ କରାଯାଇଛି ।
ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକ , ଜିପିଇଓ ରବିନ୍ଦ୍ର ପାତ୍ର , ବରିଷ୍ଠ ହିସାବ ରକ୍ଷକ ଲକ୍ଷ୍ମଣ କୁମାର ଟୁଡ଼ୁଙ୍କ ଉପସ୍ଥିତିରେ ପ୍ରତ୍ୟେକ ଗୃହ ପରିଦର୍ଶନ କରିବା ସହିତ ମରାମତି କରିବା ଓ ନିର୍ମାଣଧିନ ଚାଲିଥିବା ପାଚେରୀ କାମ ଠିକ ଭାବେ କରିବା ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି)ର ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ଖୋଲିବା ପରେ କେମିତି ଲାଗୁଛି ବୋଲି ପଚାରି ବୁଝିଥିଲେ। ଇଂରାଜୀ ଭାଷା ଓ ଇତିହାସ ଉପରେ ପାଠ ପଢ଼ାଇ ଛାତ୍ର ଛାତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । କିଛି ପ୍ରଶ୍ନର ସଠିକ୍ ଉତ୍ତର ଛାତ୍ର ଛାତ୍ରୀ ମାନେ ଦେଇଥିବା ବେଳେ ଆଉ କିଛି ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ।
ଏହା ପରେ ମଲ୍ଲୀ ପଦରରେ ଚାଷ କରାଯାଇଥିବା ଗୋଲ ମରିଚ ବଗିଚା ବୁଲି ଦେଖିବା ସହ ଯେପରି ବାହାର ରାଜ୍ୟକୁ ଗୋଲମରିଚ଼ ବିକ୍ରି ହେବା ପାଇଁ ଯିବ ଏବଂ ଚାଷୀ ତାର ଉଚିତ ଦର ପାଇବେ ସେ ସମ୍ପର୍କରେ କୃଷି ବିଭାଗ ସହ ଆଲୋଚନା କରିଥିଲେ।
ଏହାପରେ ସମନ୍ନୀତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ଉନ୍ନତି ମୂଳକ କାମର ସମୀକ୍ଷା କରିବା ସହ ସମସ୍ୟା ଉପରେ ଆଲୋଚନା କରିଥିଲେ।

Leave A Reply

Your email address will not be published.