ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ବିଶାଳ ଶୋଭଯାତ୍ରା

0

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଠାରେ ଅଖିଲ ଭାରତ କୃଷକ ମହାସଭା ବିଭିନ୍ନ ଶ୍ରମିକ ସଙ୍ଗଠନ ମାନକଂତରଫରୁ ଗୂଣପୁର ନୁଆ ବସଷ୍ଟାଣ୍ଡ ଠାରୁ ସିପିଆଇ ଏମଏଲ ଜିଲ୍ଲା ସମ୍ପାଦକ ତ୍ରିପତି ଗୋମଙ୍ଗଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଐତିହାସିକ କୃଷକ ବିଜୟ ଦିବସରେ ରାଷ୍ଟ୍ରପତି ଉଦେଶ୍ୟରେ ଗୁଣପୁର ଉପ ଜିଲ୍ଲାପାଳଙ୍କ ଜରିଆରେ 10 ଦଫା ଦାବି ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ କୃଷକ ବିରୋଧୀ ତିନି କଳା କୃଷି ଆଇନ ରଦ୍ଦ ଘୋଷଣାକୁ ସଂସଦୀୟ ପ୍ରକ୍ରିୟା ରେ ତୁରନ୍ତ କାର୍ଯ୍ୟକାରୀ କରିବା l ଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ଼ ପ୍ରତ୍ୟାହାର କରି ଏମ ଏସ ସ୍ୱାମୀନାଥନ ଜାତୀୟ କୃଷକ କମିଶନ ର ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ(ଏମ ଏସ ପି ) ପାଇଁ ଆଇନ ଗତ ବ୍ୟବସ୍ଥା କରିବା lଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତୁରନ୍ତ ବରଖାସ୍ତ କରାଯାଉ lକୃଷକ ଆନ୍ଦୋଳନ ରେ ସହୀଦ ହୋଇଥିବା 700 ଉର୍ଦ୍ଧ୍ୱ କୃଷକ ପରିବାରଙ୍କୁ ନ୍ୟାୟ ପ୍ରଦାନ ସହିତ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ l ସିଂଘୁ ଠାରେ ସହୀଦ କୃଷକ ମାନଙ୍କ ସ୍ମୃତିରେ ଏକ ସ୍ମାରକ ନିର୍ମାଣ l ମନିଟାଇଜେସନ ନାମରେ ଜାତୀୟ ସମ୍ପତ୍ତି ଏବଂ ସମ୍ପଦ କୁ ବିକ୍ରୀ କରିବା ବନ୍ଦ କର l ଅଦିନିଆ ଲଗାଣ ବର୍ଷା ଜନିତ ବ୍ୟାପକ ଫସଲ କ୍ଷତି ପାଇଁ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦିଆଯାଉ l ସମସ୍ତ ଧାନ କିଣିବା ପାଇଁ ବ୍ୟବସ୍ଥା କରିବା ଭାଗଚାଷୀଙ୍କୁ ଚାଷୀ ର ଅଧିକାର ଏବଂ ଚାଷୀ ପାଉଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରାଯାଉ lଭାଗଚାଷୀଙ୍କ ଅଧିକାର ପାଇଁ “ଏକ ଭାଗଚାଷୀ ସୁରକ୍ଷା ଆଇନ ପ୍ରଣୟନ” କରାଯାଉ l ସମସ୍ତ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା ଏବଂ ଆଦିବାସୀଙ୍କ ଦ୍ୱାରା ସଂଗୃହିତ ସମସ୍ତ ଲଘୁବନଜାତ ଦ୍ରବ୍ୟ ପାଇଁ ଏମ ଏସ ପି ପ୍ରଦାନ , ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକ ର ଆକାଶ ଛୁଆଁ ମୂଲ୍ୟବୃଦ୍ଧି କୁ ପ୍ରତ୍ୟାହାର କରିବା ଦାବି କରିଛନ୍ତି।ଏହି ଶୋଭଯାତ୍ରା ରେ କୈଳାସ ଶବର, ଅନାସିମ ଶବର, ଜେମ୍ସ ଶବର, ବୁଧଦେବ ଶବର, ଅର୍ଜୁନ ଗମାଙ୍ଗ, ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

 

Leave A Reply

Your email address will not be published.