ଅସ୍ତରଙ୍ଗ/ଦୁଃଶାସନ ନାୟକ : ଶୀତ ଋତୁ ଆରମ୍ଭ ରେ ଅଲିଭ ରିଡ଼ଲେ କଇଁଛ ଅଣ୍ଡାଦାନ ପାଇଁ ସମୁଦ୍ର କୂଳକୁ ଆସୁଥିବା ରୁ ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଗଙ୍ଗାଦେବୀ ମନ୍ଦିର ନିକଟରେ ଅସ୍ତରଙ୍ଗ ବନବିଭାଗ ଦ୍ବାରା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ପୁରୀ ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶ୍ରୀ ଶୋଭାକର ବେହେରା, ଅସ୍ତରଙ୍ଗ ବନାଞ୍ଚଳ ରେଞ୍ଜର ଶ୍ରୀ ହିମନ ନାୟକ, ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିଅନ ରାଜ୍ୟ ସଭାପତି ଶ୍ରୀ ପ୍ରସନ୍ନ କୁମାର ବେହେରା, ଅସ୍ତରଙ୍ଗ ଫିସେରୀ ଅଫିସର ଶ୍ରୀ ନିପ୍ରବର ରାଉତ, ଜନତା ହାଇ ସ୍କୁଲ ବନ୍ତିଲୋର ବିଜ୍ଞାନ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ବିଶ୍ଵାଳ, ବନପାଳ ଶ୍ରୀ ସବୀର କୁମାର ସାହୁ ଓ ଶ୍ରୀ ପର୍ଶୁରାମ ନା ୟକ ଙ୍କ ସମେତ ବନବିଭାଗ ସମସ୍ତ କର୍ମଚାରୀ ଓ ସ୍ଥାନୀୟ ମତ୍ସଜୀବୀମାନେ ଉପସ୍ଥିତ ଥିଲେ।
ଏହି ଶିବିର ରେ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ କିପରି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେନେଇ ବିଷଦ ଆଲୋଚନା କରାଯାଇଥିଲା।ଏହା ସହ ସମୁଦ୍ର କୂଳକୁ ସଫା ରଖିବା, ବେଆଇନ ଟ୍ରଲର ଚଳାଚଳ ଉପରେ ପଦକ୍ଷେପ ନେବା , ମାତ୍ରାଧିକ ଲାଇଟ ସମୁଦ୍ର ଆଡ଼କୁ ମୁହଁ କରି ନଲଗାଇବା, ଅଲିଭ ରିଡ଼ଲେ ପ୍ରଜନନ ସମୟ ରେ ସମୁଦ୍ର ଗର୍ଭରେ ମାଛ ନଧରିବା ଏବଂ ସମୁଦ୍ର କୁ ପ୍ଲାଷ୍ଟିକ ମୁକ୍ତ କରିବା ଉପରେ ସଚେତନ କରାଯାଇଥିଲା।ଅଲିଭ ରିଡ଼ଲେ କଇଁଛ ଏକ ବିରଳ ପ୍ରଜାତିର କଇଁଛ ହୋଇଥିବାରୁ ସେମାନଙ୍କ ଭୂମିକା ପରିବେଶ ସୁରକ୍ଷା ଉପରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନେ ସମୁଦ୍ର ଗର୍ଭରେ ଥିବା ଅଦରକାରୀ ତଥା ଜେଲିଫିସ କୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ଯାହା ସମୁଦ୍ର ମଧ୍ୟରେ ଥିବା ମାଛଙ୍କୁ ଵଂଶ ବିସ୍ତାର କରିବାରେ ପ୍ରତିବନ୍ଧକ ସାଜିଥାଏ । ତେଣୁ କିପରି ଏହି ବିରଳ ପ୍ରଜାତିର କଇଁଛ ଙ୍କୁ ସୁରକ୍ଷା ଦିଆଯାଇ ପାରିବ ତାହା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ଶେଷରେ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ଶ୍ରୀ ହିମନ ନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.