ବରଗଡ :- 2014 ପୂର୍ବରୁ ଭାରତୀୟ ଜନତା ପାର୍ଟି ର ନାରା ଥିଲା ଅଛେ ଦିନ ଆଏଙ୍ଗେ , କିନ୍ତୁ ନିର୍ବାଚନ ଜିତି ସରକାର ଗଠନ କରିବା ପରେ କେନ୍ଦ୍ର ସରକାର ବିଭିନ୍ନ ବାହାନା କରି ଅତ୍ୟାବଶ୍ୟକୀୟ ଜିନିଷ ସବୁର ଦାମ ବଢ଼ାଇ ବସିଲା । ଏମିତି କି ପ୍ରତ୍ୟେକ ଲୋକ ପାଇଁ ଆବଶ୍ୟକ ପେଟ୍ରୋଲ , ଡିଜେଲ ର ଦାମ ବର୍ତ୍ତମାନ ମଧ୍ୟ ୧୦୦ ଉପରେ ରହିଛି । ସବୁଠାରୁ ବଡ଼ କଥା ହେଲା ଯେଉଁ ଗ୍ୟାସ ସିଲିଣ୍ଡର ଲୋକମାନେ ୨୦୧୪ ପୂର୍ବରୁ ୪୦୦ ଟଙ୍କାରେ ପାଇ ପାରୁଥଲେ ଆଜି ତାହା ହଜାରେ । ମୁଖ୍ୟତଃ ଏହି ଗେସ ସିଲିଣ୍ଡର ର ବର୍ଦ୍ଧିତ ମୂଲ୍ୟ କୁ ହ୍ରାସ କରିବା ପାଇଁ ଆଜି ବିଜୁ ଜନତା ଦଳ ତରଫରୁ ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକ ମାନଙ୍କରେ ସ୍ଥାନୀୟ ବିଡ଼ିଓ ମାନଙ୍କର ଜରିଆରେ ରାଷ୍ଟ୍ରପତି ଙ୍କର ଉଦ୍ଦେଶ୍ୟ ରେ ବିଜୁ ଜନତା ଦଲର କର୍ମୀ ମନର ଜ୍ଞାପନ ପ୍ରଦାନ କରିଛନ୍ତି । ଏହି ଅବସରରେ ନିଜର ମତ ରଖି ବରଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଲର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ କହିଛନ୍ତି ଯେ , କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ଘରେ ରୋଷେଇ ହେଉ ବୋଲି ଚାହୁଁ ନାହାନ୍ତି , ପ୍ରଥମେ ଲୋକଙ୍କୁ ଦେଶଭକ୍ତି ନାଁରେ ସବସିଡ଼ି ଛାଡି ଦେବା ପାଇଁ କହିଲେ , ଲୋକେ ଦେଶର ମଙ୍ଗଳ ହେବ ଭାବି ସବସିଡ଼ି ଛାଡିଲେ ଓ ଏହା ପରେ ସରକାର କ୍ରମାଗତ ଭାବରେ ଗେସ ସିଲିଣ୍ଡର ର ଦାମ ବଢ଼ାଇ ଚାଲିଲେ । ଅନ୍ୟପଟେ ଉଜ୍ବଲା ଯୋଜନାରେ କେନ୍ଦ୍ର ସରକାର ଗରିବ ମାଁ ମାନଙ୍କର ସହିତ ବିଶ୍ୱାସ ଘାତ କରିଛନ୍ତି । କନେକ୍ସନ ମାଗଣାରେ ପ୍ରଦାନ କରି ଏବେ ବର୍ଦ୍ଧିତ ଦର ରେ ଗେସ କିଣିବା ପାଇଁ ବାଧ୍ୟ କରାଯାଉଛି ଯାହାଫଳରେ ଏବେ ପୁଣି ଗାଁ ଗହଳିର ଅଧିକାଂଶ ମାଁ ମାନେ ପୁଣି ଥରେ ଚୁଲି ଜାଳିବା ପାଇଁ ବାଧ୍ୟ ହୋଇଛନ୍ତି । କେନ୍ଦ୍ର ସରକାର ଗେସର ଦାମ ବାରମ୍ବାର ବୃଦ୍ଧି କରିବା ଫଳରେ ମାଁ ମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେବା ସହିତ ତାଙ୍କର ବଜେଟ ବିଗିଡି ଯାଉଛି । ଜଣେ ଗରିବ ଶ୍ରେଣୀର ଲୋକ ବର୍ଦ୍ଧିତ ଗେସ ଦର ପାଇ ନିଜର ଅନ୍ୟାନ୍ୟ ଆବଶ୍ୟକୀୟ ଖର୍ଚ୍ଚ କାଟ କରିବାକୁ ବାଧ୍ୟ ହେଉଛି । ଆଉ ସହି ହେଉ ନାହିଁ । ତେଣୁ ବାଧ୍ୟ ହୋଇ ଆଜି ମହିଳା , ଛାତ୍ର ,ଓ ଯୁବ ଜନତା ଦଳର କର୍ମୀ ମାନେ ବିଡ଼ିଓ ଙ୍କର ଜରିଆରେ , ପାଇକମାଲ , ଝାରବନ୍ଧ, ପଦ୍ମପୁର, ଗାଇସିଲେଟ , ବିଜେପୁର, ବରପାଲି , ଅତାବିର, ଆମ୍ବଭନା, ଭଟଲି ,ସୋହେଲା , ଭେଡେନ ଆଦି ସମସ୍ତ ବ୍ଲକ ରେ ଦାବି ପତ୍ର ପ୍ରଦାନ କରିଛନ୍ତି
Sign in
Sign in
Recover your password.
A password will be e-mailed to you.