ଝୋଡ଼ିଆସାହି ଗୋଷ୍ଠୀ କେନ୍ଦ୍ର ଉଦ୍ ଘାଟନ କଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା।

0

କଲ୍ୟାସିଂହପୁର/ପ୍ରଦୀପ ଦଲାଇ:ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ସଦର ମହକୁମାର ଝୋଡ଼ିଆସାହି ଠାରେ ଗୋଷ୍ଠୀକେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗୀରି ଉଲାକା। ପ୍ରଥମେ କର୍ମୀ ମାନେ ଏକତ୍ରିତ ହୋଇ ସାଂସଦଙ୍କୁ ପୁଷ୍ପଗୁଚ୍ଛ ଦେଇ ହୁଲହଳି ସହିତ ସ୍ଵାଗତ କରି ଗୋଷ୍ଠୀ କେନ୍ଦ୍ରକୁ ପାଛୋଟି ନେଇଥିଲେ ଏହା ପରେ ମାନ୍ୟବର ସାଂସଦ ରିବନ୍ କାଟି ଗୋଷ୍ଟି ଗୃହ କୁ ଶୁଭ ଉଦଘାଟନ କରିଥିଲେ | ଏହା ପରେ ଗୃହ ପ୍ରବେଶ କରି ବିଶେଷ ପୂଜାର୍ଚ୍ଚନା କରିଥିଲେ ଏହି ସମୟରେ କଲ୍ୟାଣସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁଧାକର ରଇତ ଙ୍କ ସହ କଲ୍ୟାଣସିଂହପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଯୋଗେନ୍ଦ୍ର ୱାଡ଼ାକା କଂଗ୍ରେସ ଦଳର ବ୍ଲକ ସଭାପତି କେ ସୂର୍ଯ୍ୟା ରାଓ ପିସିସି ମେମ୍ବର ରମେଶ ଚନ୍ଦ୍ର ତ୍ରିପାଠୀ ସାଂସଦଙ୍କ ବ୍ଲକ ପ୍ରତିନିଧି ଗୁଡ୍ଲା ପ୍ରସାଦ ରାଓ , ନଗର ସଭାପତି ନାଗେଶ୍ ରାଓ, ବ୍ଲକ ଉପ ସଭାପତି କୁମାର ସ୍ବାମୀ କୌଶଲ୍ୟା ଓ କଂଗେସ ଦଳୀୟ ଅନ୍ୟାନ୍ୟ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.