ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୁକ୍ରବାର ପ୍ରକାଶିତ ଟାଇମ୍ସ ଅଲ୍ ଇଣ୍ଡିଆ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ରାଙ୍କିଙ୍ଗରେ ପୂର୍ବାଂଚଳରେ ତୃତୀୟ ସ୍ଥାନରେ ସ୍ଥାନୀତ ହୋଇଛି ।
ଏହି ରାଙ୍କିଙ୍ଗରେ ଭୁବନେଶ୍ୱରର ହସ୍ପିଟାଲଗୁଡିକ ମଧ୍ୟରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପୂର୍ବାଂଚଳରେ ସମ୍ ହସ୍ପିଟାଲ୍ ଉପରେ କୋଲକାତାର ଆପୋଲୋ ଗ୍ଲିନିଆଗଲସ୍ ହସ୍ପିଟାଲ୍ ଏବଂ ଫୋର୍ଟିସ୍ ହସ୍ପିଟାଲ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ରାଙ୍କରେ ଅଛନ୍ତି ।
୨୦୨୦-୨୧ ମସିହା ନିମନ୍ତେ ଯେଉଁ ହସ୍ପିଟାଲ୍ଗୁଡ଼ିକରେ ଅନୁନ୍ୟ ୩ କିମ୍ବା ତତୋଧିକ କି୍ରଟିକାଲ୍ କେୟାର ସ୍ପେଶିଆଲିଟି ଡିପାର୍ଟମେଂଟ ରହିଛି ସେହି ହସ୍ପିଟାଲ୍ଗୁଡ଼ିକୁ ଅନୁଧ୍ୟାନ କରାଯିବା ସହ ସର୍ବେକ୍ଷଣ, ଉପଯୁକ୍ତ ତଥ୍ୟ ସଂଗ୍ରହ ଓ ଗବେଷଣା କରାଯାଇ ଏହି ଶ୍ରେଷ୍ଠ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ର୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି । ୧୬୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ତଥା ଏନଏବିଏଚ ଆକ୍ରେଡିଟେସନ ଲାଭ କରିଥିବା ସମ୍ ହସ୍ପିଟାଲରେ ସର୍ବାଧିକ ଡାକ୍ତର ଓ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି । ଏହି ହସ୍ପିଟାଲ୍ରେ ଗୋଟିଏ ଛାତ ତଳେ ଉକ୍ରୃଷ୍ଟ ଧରଣର ନର୍ସିଂ ସେବା, ଶ୍ରେଷ୍ଠ ଏନ୍ଏବିଏଲ୍ ଲାବୋରାଟୋରୀ ତଥା ରେଡିଓଲଜିକାଲ୍ ପରୀକ୍ଷଣ ଓ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ଏକ ମାତ୍ର ହସ୍ପିଟାଲ୍ ଯାହାକି ରାଜ୍ୟରେ ମୋଟ ୨୨୦୦ ଶଯ୍ୟା ବିଶିଷ୍ଟ ୫ଟି କୋଭିଡ ହସ୍ପିଟାଲ୍ ସ୍ଥାପନ କରି ମହାମାରୀ ସମୟରେ ଉକ୍ରୃଷ୍ଟ ଧରଣର ସ୍ୱାସ୍ଥ୍ୟସେବା ପ୍ରଦାନ କରିସାରିଛି । ଅନୁଭୂତି ସମ୍ପନ୍ନ ଡାକ୍ତର, ନର୍ସ ଓ ପାରାମେଡିକ୍ସ ମାନେ ଏହି ହସ୍ପିଟାଲ୍ଗୁଡ଼ିକରେ ନିୟୋଜିତ ହୋଇ କୋଭିଡ୍ ସଂକ୍ରମିତ ମାନଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଛନ୍ତି ।
ହସ୍ପିଟାଲର କାର୍ଡିଓଲୋଜି, ସିଟିଭିଏସ୍, କ୍ଲିନିକାଲ୍ ହେମାଟୋଲୋଜି, ହେମାଟୋ-ଅଙ୍କୋଲୋଜି, ଇମ୍ୟୁନୋଲୋଜି ଆଣ୍ଡ ରୁମାଟୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ଗ୍ୟାଷ୍ଟେ୍ରାଏନ୍ଟେରୋଲୋଜି, ଗ୍ୟାଷ୍ଟେ୍ରା ଇନ୍ଟେଷ୍ଟାଇନାଲ୍ ସର୍ଜରୀ, ନେଫ୍ରୋଲୋଜି, ୟୁରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ପେଡିଆଟି୍ରକ୍ ସର୍ଜରୀ, ମେଡିକାଲ୍ ଅଙ୍କୋଲୋଜି, ସର୍ଜିକାଲ୍ଅଙ୍କୋଲୋଜି ଏବଂ ପ୍ଲାଷ୍ଟିକ୍ ଆଣ୍ଡ କସ୍ମେଟିକ୍ ସର୍ଜରୀ ଭଳି ସୁପରସ୍ପେଶିଆଲିଟି ବିଭାଗଗୁଡ଼ିକରେ ଖୁବ୍ କମ୍ ମୂଲ୍ୟରେ ଉତମ ଚିକିତ୍ସା ପ୍ରଦାନ କରାଯାଉଛି ।
ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଏକ ମେଡିକାଲ କଲେଜ ଯେଉଁଠାରେ ପ୍ରତିବର୍ଷ ୨୫୦ ଛାତ୍ରଛାତ୍ରୀ ଏମବିବିଏସ ପାଠ୍ୟକ୍ରମରେ ଯୋଗଦେଇଥାନ୍ତି । ଏଠାରେ ପ୍ରାୟ ସମସ୍ତ ସ୍ପେସିଆଲିଟି ବିଭାଗ ନିମନ୍ତେ ପୋଷ୍ଟ ଗ୍ରାଜୁଏଟ୍ କୋର୍ସ ବ୍ୟତୀତ ବିଭିନ୍ନ ସୁପରସ୍ପେସିଆଲିଟି ବିଭାଗରେ ଏମସିଏଚ ଓ ଡିଏମ ପାଠ୍ୟକ୍ରମ ମଧ୍ୟ ଉପଲବ୍ଧ ଅଟେ ।
Sign in
Sign in
Recover your password.
A password will be e-mailed to you.