ଭୁବନେଶ୍ୱର/ଚକ୍ରଧର ମାଝୀ: ଓଡ଼ିଶା ଓ ଛତିଶଗଡ଼ର ଅଗ୍ରଣୀ ମଡ୍ୟୁଲାର ଫର୍ଣ୍ଣିଚର୍ ବ୍ରାଣ୍ଡ୍ ଭାଇଜସ୍ ଇଟେରିଓ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱରର ଲକ୍ଷ୍ମୀ ସାଗର ଠାରେ ଦ୍ୱିତୀୟ ଏକ୍ସଟେନ୍ସନ୍ ସେଂଟର୍ ଖୋଲାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି ଓ କଂପାନିର ନିର୍ଦେଶକ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଦାସ ଓ ଶ୍ରୀଯୁକ୍ତ ରାଖାଲ ନାୟକଙ୍କ ଉପସ୍ଥିତିରେ ନୂଆ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି ।
ନୟାପଲ୍ଲୀରେ ୫୦୦୦ ବର୍ଗଫୁଟ ଅଂଚଳରେ ପ୍ରଥମ ଏକ୍ସପେରିଏନ୍ସ ସେଂଟର୍ ସ୍ଥାପନ କରିବା ପରେ ଭାଇଜସ୍ ପକ୍ଷରୁ ଲକ୍ଷ୍ମୀସାଗରରେ ଦ୍ୱିତୀୟ ଏକ୍ସଟେନ୍ସନ୍ ଏକ୍ସିପିରିୟନ୍ସ ସେଂଟର୍ ଖୋଲାଯାଇଛି ଯେଉଁଠାରେ ମଡ୍ୟୁଲାର ଉତ୍ପାଦର ବ୍ୟାପକ ବର୍ଗମାଳାକୁ ପ୍ରଦର୍ଶିତ କରାଯାଉଛି । ଭାଇଜସ୍ର ସମସ୍ତ ଉତ୍ପାଦଗୁଡ଼ିକୁ ଉଚ୍ଚ ଗୁଣାତ୍ମକ ମାନର ଇଟାଲିଆନ୍ ଓ ଜର୍ମାନି ମେସିନ୍ ତଥା ପ୍ରଯୁକ୍ତିରେ ଶ୍ରେଷ୍ଠ ଫିନିସ୍, ମାନ ଏବଂ ଲୁକ୍ ଜରିଆରେ ଅତ୍ୟାଧୁନିକ କାରଖାନାରେ ପ୍ରସ୍ତୁତ କରାଯାଇଛି ।
ଏହି ଅବସରରେ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଦାସ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ଭାଇଜସ୍ ଇଟେଂରିଓ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ବିଗତ ଦଶନ୍ଧୀରେ ଆମେ ଏକ ଫିନିସଡ୍ କଷ୍ଟମାଇଜଡ୍ ମଡ୍ୟୁଲାର ଉତ୍ପାଦ କାରଖାନା ସ୍ଥାପନ କରିବା ଲାଗି ଚାହିଁଥିଲୁ ଏବଂ ଓଡ଼ିଶାରେ ଆମେ ଗୋଟିଏ ବି ନିର୍ମାତା ପାଇନଥିଲୁ । ତେଣୁ ଆମେ ୨୦୧୨ରେ ଏକ ହାଇପ୍ରେସିସନ୍ ମଡ୍ୟୁଲାର କାରଖାନା ସ୍ଥାପନ କରିବାକୁ ନିଷ୍ପତି ନେଇଥିଲୁ ଯାହା ଗ୍ରାହକଙ୍କୁ ଫିନିସଡ୍ ଆକର୍ଷଣୀୟ ଉତ୍ପାଦ ପ୍ରଦାନ କରିପାରିବ । ସେବେଠାରୁ ଉଚ୍ଚ ଗୁଣ ମାନର ଫିନିସ୍ ଉତ୍ପାଦ ପ୍ରଦାନ କରିବା ଲାଗି ଆମେ ଅନେକ ଅଭିଯାନ ହାତକୁ ନେଇଛୁ ଏବଂ ଓଡ଼ିଶା ଓ ପୂର୍ବ ଭାରତର ଅଗ୍ରଣୀ କଷ୍ଟମାଇଜଡ୍ ମଡ୍ୟୁଲାର ଉତ୍ପାଦ ପ୍ରଦାନକାରୀମାନଙ୍କ ମଧ୍ୟରେ ସ୍ଥାନ ପାଇଛୁ । ଏହି ଅବସରରେ ଆମେ ସମସ୍ତଙ୍କୁ ଆମ ଲକ୍ଷ୍ମୀସାଗର ଏକ୍ସପେରିଏନ୍ସ ସେଂଟର୍କୁ ନିମନ୍ତ୍ରଣ କରୁଛୁ ।’’
ଭାଇଜସ୍ ବ୍ରାଣ୍ଡ୍ ପକ୍ଷରୁ ବିଭିନ୍ନ ପ୍ରକାରର କାରଖାନାରେ ଫିନିସ୍ ହୋଇଥିବା ମଡ୍ୟୁଲାର କିଚେନ୍, ୱାଡରୋବ୍, ଟିଭି ୟୁନିଟ୍, ବେଡ୍ ଏବଂ କ୍ରୋକେରି ୟୁନିଟ୍ ପ୍ରଦାନ କରାଯାଉଛି ଏବଂ ସେଗୁଡ଼ିକ ଉପରେ ୧୦ ବର୍ଷର ୱାରେଂଟି ଦିଆଯାଉଛି । ଭାଇଜସ୍ର ଏକ ବିଶେଷଜ୍ଞ ଓ ପେସାସାରମାନଙ୍କ ଡିଜାଇନର, ବିକ୍ରି ଓ ଉତ୍ପାଦନ ଟିମ୍ ରହିଛନ୍ତି ଯେଉଁମାନଙ୍କର ଡିଜାଇନ୍ ଓ ଉତ୍ପାଦ ଉପରେ ଗଭୀର ଜ୍ଞାନ ରହିଛି । ସେମାନଙ୍କୁ ପ୍ରଶିକ୍ଷିତ ମଧ୍ୟ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.