କନ୍ଧମାଳ: ଓଡ଼ିଶା ସାମ୍ବାଦିକ ମାନଙ୍କ ସ୍ୱର ଦିଲ୍ଲୀରେ ଠିକ୍ ଭାବରେ ପହଞ୍ଚି ପାରୁନଥିବା ବେଳେ ଓଡ଼ିଶା ସାମ୍ବାଦିକ ସଙ୍ଘ କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଦିଲ୍ଲୀ ସୂଚନା ଭବନ ରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ର ଅଧକ୍ଷ ଜଷ୍ଟିସ ଚନ୍ଦ୍ରମୌଳି କୁମାର ପ୍ରସାଦ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରି ଓଡ଼ିଶା ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିବା ସହିତ ସମସ୍ୟା ର ସମାଧାନ କିଭଳି ହୋଇପାରିବ ସେନେଇ ସକାରାତ୍ମକ ଆଲୋଚନା କରିଛନ୍ତି। ଓଡ଼ିଶା ରେ ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି ଓ ସାମ୍ବାଦିକ ମାନଙ୍କ ଉପରେ ମିଥ୍ୟା ମାମଲା ରୁଜୁ ହେଉଛି ବୋଲି ଅଭିଯୋଗ ହେଉଛି ହେଲେ ତାର ସମାଧାନ ହେବାରେ ବିଳମ୍ବ କୁ ନେଇ ବହୁତ୍ ସମୟରେ ସାମ୍ବାଦିକ ସଂଗଠନ ଓ ବ୍ୟକ୍ତିଗତ ଭାବେ ସାମ୍ବାଦିକ ମାନେ ଲଢେ଼ଇ କରି ବହୁତ୍ ହଇରାଣ ହରକତ ହଉଛନ୍ତି। ସେମାନଙ୍କୁ ସହଯୋଗ କରିବା ସହିତ ସେମାନଙ୍କ ସମସ୍ୟା କିଭଳି ତ୍ୱରିତ ସମାଧାନ ହୋଇପାରିବ ସେନେଇ ଅଧକ୍ଷ ଙ୍କ ସହିତ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ଯେଉଁ ସମସ୍ୟା ଆସିବ ତାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ତୁରନ୍ତ ସମାଧାନ କରିବାକୁ ଅନୁରୋଧ କରିଛନ୍ତି ରାଧାମୋହନ ମହାପାତ୍ର। ସାମ୍ବାଦିକ ମାନଙ୍କ ହିତ ସାଧନ ପାଇଁ ସବୁବେଳେ ରାଜ୍ଯ ଓ କେନ୍ଦ୍ର ସରକାର ଙ୍କ ନିକଟର ଦାବୀ ଉପସ୍ଥାପନ କରିଆସୁଥିବା ବେଳେ ଏବେ ଦିଲ୍ଲୀ ଦରବାର ରେ PCI ଅଧକ୍ଷ ଙ୍କୁ ଭେଟି ଆଲୋଚନା କରିବା ପରେ କନ୍ଧମାଳ ଜିଲ୍ଲା ତଥା ସାରା ଓଡ଼ିଶା ର ବିଭିନ୍ନ କୋଣରୁ ସାମ୍ବାଦିକ ମାନଙ୍କ ତରଫରୁ ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଙ୍କ ନିକଟକୁ ଶୁଭେଛା ଓ ଅଭିନନ୍ଦନ ର ସୁଅ ଛୁଟିଛି।
Sign in
Sign in
Recover your password.
A password will be e-mailed to you.