ଛାତ୍ର ଛାତ୍ରୀଙ୍କୁ ଭୋଟ ସଚେତନତା କରାଇଲେ ଉପଜିଲ୍ଲାପାଳ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଚାନ୍ଦିପୁଟ ଇନ୍ଦିରା ସ୍ମୃତି ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଭୋଟର ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିଥି ଭାବେ ମତଦାତା ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲୀପ କୁମାର ମହାରଣା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ  ଭୋଟ କାର୍ଡ ବିଷୟରେ ବୁଝାଇଥିଲେ। ୧୮ବର୍ଷ ହେବା ମାତ୍ରେ ନିଜର ଭୋଟ ତାଲିକାରେ ନାମ ପଞ୍ଜୀକୃତ କରିବା ଏବଂ ଯେଉଁ ମାନଙ୍କ ନାମ କି ଅନ୍ୟ କୌଣସି ପ୍ରକାର ଭୁଲ ଯଦି ଭୋଟ କାର୍ଡରେ ରହିଯାଇଛି ତେବେ ସଂଶୋଧନ ପାଇଁ ନିକଟସ୍ଥ ପଞ୍ଚାୟତ ଅଧିକାରୀ ନଚେତ ଅନଲାଇନ ମାଧ୍ୟମରେ ଠିକ୍ କରିପାରିବେ । ନିଜର ମୂଲ୍ୟବାନ ଭୋଟକୁ ନଷ୍ଟ ନ କରି ତୁରନ୍ତ ଭୋଟ କାର୍ଡ କରିବା ପାଇଁ କହିଥିଲେ।

Leave A Reply

Your email address will not be published.