ଚୋରା ଚାଲାଣ ବେଲେ ତିନି ଲକ୍ଷ ଟଙ୍କାର ନିଶା ଔଷଧ ସହ ମାରଣାସ୍ତ୍ର ଜବତ, ଦୁଇ ଗିରଫ ।

0

ପଦ୍ମପୁର (ଶାସକ ପ୍ରଶାସକ)-ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୋଟିଏ ଟିମ ନିଶା ଔଷଧ ଚୋରା ଚାଲାଣ ବିରୁଦ୍ଧରେ ଚଢ଼ାଉ କରି ଗୋଟିଏ ଜାଏଲୋ ଗାଡ଼ିକୁ କଫସିରଫ ସହ ଜବତ କରିଥିଲେ ଏବଂ ଦୁଇଜଣଙ୍କୁ ଗିରଫ କରିଥିଲେ । ଦୁଇ ଅଭିଯୁକ୍ତ ହେଲେ ଝାରବନ୍ଧ ଥାନା ଅଡାପାଣି ଗାଁ ର ହେମନ୍ତ ହଂସ ଓ ପଦ୍ମପୁର ଥାନା ପଦ୍ମପୁର ଓ୍ବାର୍ଡ ନଂ ୮ ର ଚିତ୍ତରଞ୍ଜନ ମେହେର । ତାଙ୍କ ପାଖରୁ ଗୋଟିଏ ଜାଏଲୋ ଗାଡ଼ି ଓଆର୧୭ଜି୨୮୮୨, ୧୭୩୦ ବୋତଲ ଏସକଫ ସିରଫ ଯାହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ, ତିନୋଟି ମୋବାଇଲ ଫୋନ, ଗୋଟିଏ ଖଣ୍ଡା ଓ ନଗଦ ୯୮୦ ଟଙ୍କା ଜବତ କରିଥିଲେ ।

Leave A Reply

Your email address will not be published.