ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ବିଦ୍ୟାଳୟ ନିରାପତ୍ତା ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପୌରହିତ ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ବିପର୍ଯ୍ୟୟ ସମୟରେ ପିଲାମାନେ କିପରି ବିଦ୍ୟାଳୟ ଏବଂ ଛାତ୍ରାବାସରେ ସୁରକ୍ଷିତ ରହିବେ ଏବଂ ସତର୍କତା ପାଇଁ ଆଗୁଆ କଣ କଣ ପଦକ୍ଷେପ ନିଆଯାଇପାରିବ ତାହାରି ଉପରେ ଆଲୋକପାତ କରିଥିଲେ। ଏହା ସହିତ କୌଣସି ଧନଜୀବନ କିପରି କ୍ଷତି ନହେବ ସେଥିପାଇଁ ସମସ୍ତ ଶିକ୍ଷକଙ୍କୁ ସଜାଗ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନାମ ଚରଣ ପାତ୍ର ଯୋଗଦେଇ ଶିକ୍ଷକ ମାନଙ୍କ ଭୂମିକା ବିପର୍ଯ୍ୟୟ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିବା ସହ ନିର୍ଦ୍ଧିଷ୍ଟ ଭାବେ ପିଲାମାନଙ୍କର ସୁରକ୍ଷା ଶିକ୍ଷକ ମାନଙ୍କ ଉପରେ ନ୍ୟସ୍ତ ଥିବା କଥା କହି ଉପସ୍ଥିତ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ନିଜ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବାଲାଗି କହିଥିଲେ।
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତରଫରୁ ଆସିଥିବା ପ୍ରଶିକ୍ଷକ ଯଥା ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ନାୟକ ଏବଂ ଶ୍ରୀଯୁକ୍ତ ସାନ୍ତନୁ କୁମାର ଠାକୁର ପ୍ରମୁଖ ଯୋଗଦେଇ ବିପର୍ଯ୍ୟୟ ପୂର୍ବରୁ , ସମୟରେ ଏବଂ ପରେ କିପରି ନିଜେ ସଜାଗ ରହିବା ସହ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ କିପରି ନିଜ ଗୁରୁଦାୟିତ୍ୱ ତୁଲାଇବେ ତାହା ଉପରେ ଆଲୋକପାତ କରିଥିଲେ।
ଏହି ପ୍ରଶିକ୍ଷଣରେ ଭାଗ ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ୮ଟି ଗ୍ରୁପରେ ଭାଗକରି ବିପର୍ଯ୍ୟୟର ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା କରି ରିପୋର୍ଟ ଉପସ୍ଥାପନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିଲା ବେଳେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକାର୍ତ୍ତା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post