ଭୋଟର ସଚେତନତା ରଥର ଶୁଭ ଉଦଘାଟନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ସଚେତନତା ରଥକୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।
ଏହି ସଚେତନତା ରଥ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ୍ ତଥା ପଞ୍ଚାୟତକୁ ଯାଇ ଭୋଟର ତାଲିକାର ସଂଶୋଧନ ଉପରେ ଭୋଟର ମାନଙ୍କୁ ସଚେତନ କରାଇବ।
ଯଦି ଆପଣଙ୍କ ବୟସ ୦୧-୦୧-୨୦୨୨ ସୁଦ୍ଧା ୧୮ ହେବାକୁ ଯାଉଛି ତେବେ ନିଜ ନାମକୁ ନୂତନ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଫର୍ମ-୬ କୁ ପୂରଣ କରିପାରିବେ , ବାଦ ନିମନ୍ତେ ଫର୍ମ-୭ , ତଥ୍ୟ ସଂଶୋଧନ ନିମନ୍ତେ ଫର୍ମ-୮ , ୮ (କ) ରେ ନିଜ ନିର୍ବାଚନ ମଣ୍ଡଳୀର ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରିପାରିବେ। ଏହି ମର୍ମୁ ଆସନ୍ତା ୨୧-୧୧-୨୦୨୧ ତାରିଖ ଦିନ ପ୍ରତି ମତଦାନ କେନ୍ଦ୍ରରେ ସ୍ଵତନ୍ତ୍ର ପ୍ରଚାର ଦିବସ ପାଳିତ ହେବ । ଏହି ଦିନ ବୁଥ୍ ସ୍ତରୀୟ ଅଧିକାରୀ ମାନେ ଦିନ ୧୦ ଘଣ୍ଟା ଠାରୁ ୫ ଘଣ୍ଟା ପର୍ଯ୍ୟନ୍ତ ଭୋଟର ମାନଙ୍କ ଠାରୁ ଫର୍ମ ସଂଗ୍ରହ କରିବେ।
ଜିଲ୍ଲାର ଯୁବ ଭୋଟର ମାନଙ୍କୁ ନିଜ ନିଜ ନାମ ପଞ୍ଜିକରଣ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ସହକାରୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲିପ କୁମାର ମହାରଣା ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମକୁ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଅଚ୍ୟୁତନନ୍ଦ ଜାନୀ ପରିଚାଳନା କରିଥିବା ବେଳେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକାର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.