ମାହାଙ୍ଗା ବିଜେପି ପକ୍ଷରୁ ମାହାଙ୍ଗା ତହସିଲ ଅଫିସ୍ ସାମ୍ନାରେ ଗଣବିକ୍ଷୋଭ।

0

ମାହାଙ୍ଗା (ଶାସକ ପ୍ରଶାସକ)ମାହାଙ୍ଗା ମଣ୍ଡଳ ବିଜେପି ପକ୍ଷରୁ ସ୍ଥାନୀୟ ତହସିଲ ଅଫିସ ସାମ୍ନାରେ ଏକ ଗଣବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାହାଙ୍ଗା ବ୍ଲକ କୁଅଁପାଳ ଠାରୁ ଶତାଧିକ ବିଜେପି କର୍ମୀ ବିଭିନ୍ନ ସ୍ଲୋଗାନ ଦେଇ ଏକ ପଦଯାତ୍ରରେ ବିଜେପି ନେତା ସାରଦା ପ୍ରଧାନଙ୍କ ନେତୃତ୍ୱରେ ଆସି ତହସିଲ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷୟକ୍ଷତି ହୋଇଥିବା ହଜାର ହଜାର ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିଲା !
ତହସିଲ ପ୍ରଶାସନ ପକ୍ଷରୁ ନିରପେକ୍ଷ ତଦନ୍ତ କରାଯାଇ କ୍ଷତି ଗ୍ରସ୍ତ ଚାଷୀଙ୍କୁ ଏକର ପିଛା 50 ହଜାର ଟଙ୍କା ପ୍ରଦାନ ପାଇଁ ବିଜେପି ଦାବି କରିଛି!
ସେହିପରି ମାହାଙ୍ଗାର ଦୁଃଖ ଗୋବରୀକୁ ନଦୀର ମାନ୍ୟତା ଦେବା ଓ ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା କଚାଘର ଗୁଡିକୁ ଚି଼ହ୍ନଟ କରାଯାଇ, ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଦାବୀ କରାଯାଇଥିଲା!
ଦଳୀୟ କର୍ମୀ ତହସିଲ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନକରିଥିଲା । ଏହି ପରିପ୍ରେକ୍ଷୀରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ 3 ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନକରାଯାଇଥିଲା ।
ତେବେ ଆଗାମୀ ଦିନରେ ଯଦି ଦାବୀ ଗୁଡିକୁ ପୁରାଣ କରାନଯାଏ, ବିଜେପି ରାଜଭବନପଯ୍ୟନ୍ତ ଲଢେଇ ଜାରି ରଖିବ ବୋଲି ଦଳୀୟ ନେତା ସାରଦା ପ୍ରଧାନ ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.