ଶିକ୍ଷାବିତ୍ ଡ. ଶଙ୍କର ପ୍ରସାଦ ବକ୍ସିଙ୍କର ବିୟୋଗରେ ଏସକେସିଜି(ସ୍ୱୟଂଶାସିତ) ମହାବିଦ୍ୟାଳୟ ପୁରାତନ ଛାତ୍ରସଂସଦ ତରଫରୁ ଶୋକସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀକୃଷ୍ଣଚନ୍ଦ୍ର ଗଜପତି (ସ୍ୱୟଂଶାସିତ) ମହାବିଦ୍ୟାଳୟର ପୁରାତନ ଛାତ୍ରସଂସଦ ତରଫରୁ ଉପଦେଷ୍ଟା ଡ.ଶଙ୍କର ପ୍ରସାଦ ବକ୍ସିଙ୍କର ବିୟୋଗରେ ପୁରାତନ ଛାତ୍ରସଂସଦର ଅତିଥି ଭବନରେ ଅନୁଷ୍ଠିତ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ସଂସଦର ସଭାପତି ନୃସିଂହ ଚରଣ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମହାବିଦ୍ୟାଳୟର ଅଧ୍ଯକ୍ଷ ରାଧାକାନ୍ତ ଭୂୟାଁ , ସମ୍ପାଦକ ଆଦର୍ଶ ଦାସ ମଞ୍ଚାସୀନ ଥିଲେ। ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ସଂସଦର ଉପଦେଷ୍ଟା ଆଶାଲତା ପାଣିଗ୍ରାହୀ , ଅମୂଲ୍ଯ ପାଣିଗ୍ରାହୀ , ଭାଗବତ ପାଢୀ , ସୌମ୍ୟ ପ୍ରସାଦ ନାଏକ , ଗଜେନ୍ଦ୍ର ପଣ୍ଡା , ଶ୍ୱେତା ପଟ୍ଟନାୟକ , ସ୍ନେହା ବେହେରା , ରାଜେଶ ପାତ୍ର , ସୁଶୀଲ ପାଣିଗ୍ରାହୀ , କିଶୋର ରଥ , ରାଜେନ୍ଦ୍ର ରଥ , ମନୋଜ ପଟ୍ଟନାୟକ ଓ ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଆତ୍ମାଙ୍କୁ ନିରବ ପ୍ରାର୍ଥନାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାସହ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ନିଜର ମନ୍ତବ୍ୟରେ ଏହି ସଂସଦର ସମ୍ପାଦକ ଭାବେ ଦୀର୍ଘ ଦିନ ରହି ପୁରାତନ ଛାତ୍ରସଂସଦକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକା , ଜଣେ କ୍ରିକେଟିୟର୍ ହିସାବରେ ତାଙ୍କର ଭୂମିକା ତଥା ମହାବିଦ୍ୟାଳୟର ବିକାଶ ଦିଗରେ ବହୁ ଉଦ୍ୟମ ସ୍ମରଣ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ସରସ୍ୱତୀ ଶିଶୁ ମନ୍ଦିର , ସିରିଢିସାଇ ମନ୍ଦିର ସହ ଜଡିତ ଥିଲେ। ତାଙ୍କର ଅକାଳ ବିୟୋଗରେ ଜଣେ ଶ୍ରେଷ୍ଠ ସନ୍ତାନ ହରାଇଲା ଯାହା ନିଜର ମନ୍ତବ୍ୟରେ ପ୍ରକାଶ କରିଥିଲେ। ଦିବଂଗତ ବକ୍ସିଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।
ଶେଷରେ ଅତିଥିଭବନର ଗୋଟିଏ ରୁମକୁ ତାଙ୍କ ନାମରେ ନାମିତ କରିବା ଏବଂ ଆଗାମୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତାଙ୍କ ନାମରେ ନାମିତ କରିବା ସହ ମହାବିଦ୍ୟାଳୟର ରାଜନିତୀ ବିଜ୍ଞାନର ଟପରଙ୍କୁ ତାଙ୍କ ନାମରେ ସ୍ମୃତି ପଦକ ପ୍ରତ୍ୟେକ ବର୍ଷ ଦେବାକୁ ପ୍ରସ୍ତାବ ଦିଆଯାଇ ଥିଲା।