ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ ପକ୍ଷରୁ ସ୍ଥାନୀୟ କବିଚନ୍ଦ୍ର ସାହି ସ୍ଥିତ କବିଚନ୍ଦ୍ର ପାଠାଗାର ଠାରେ ଏକ ସ୍ବତନ୍ତ୍ର ନାଟ୍ୟ କାର୍ମଶାଳା ଆୟୋଜିତ ହୋଇଥିଲା।
ଏହି କର୍ମଶାଳାରେ ଓଡିଆ ନାଟକକୁ ବିଭିନ୍ନ ରାଜ୍ୟ ଓ ବିଶ୍ୱର ବିଭିନ୍ନ ଦେଶରେ ପ୍ରଚାର ପ୍ରସାର କରିଥିବା ବଳିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁବୋଧ ପଟ୍ଟନାୟକ ଯୋଗ ଦେଇ ଓଡ଼ିଆ ନାଟକ ଇତିହାସରେ ପାରଳାର ଭୂମିକା , ଆଧୁନିକ ଓଡ଼ିଆ ନାଟକ , ଭାରତୀୟ ନାଟକ ଶୈଳୀ ଓ ବିଶ୍ୱର ବିଭିନ୍ନ ଦେଶର ନାଟକର ବିଷୟବସ୍ତୁକୁ ବୁଝାଇଥିଲେ। ସେହିପରି ଫ୍ରାନ୍ସ , ଇଟାଲୀ , ସୁଇଜରଲ୍ୟାଣ୍ଡ , ଫିନଲ୍ୟାଣ୍ଡ ଇତ୍ୟାଦି ଦେଶର କଳାକାର ଆଉ ଦଶର୍କ ଓ ଆମ ଦେଶରେ କଳାକାର , ଦର୍ଶକଙ୍କ ମଧ୍ୟରେ କିପରି ପ୍ରଭେଦ ରହିଛି ଆଲୋଚାନା କରିଥଲେ।
କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଟ୍ୟକାର ତଥା ନିର୍ଦ୍ଦେଶକ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ , କ୍ରିଏଟିଭ୍ ଆର୍ଟସ୍ ର ସଭାପତି ନୃସିଂହ ଚରଣ ପଟ୍ଟନାୟକ , ନିର୍ଦ୍ଦେଶକ ଅର୍ଜୁନ ନାୟକ , ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଆୟୋଜନ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଅନୁଷ୍ଠାନର ନୂତନ ଓ ଯୁବ କଳାକାରଙ୍କୁ ନେଇ ଶେଷ ହେବା ପରେ ଦ୍ଵିତୀୟ ପର୍ଯ୍ୟାୟରେ ଅଭିଜ୍ଞ କଳାକାର ମାନେ ଉପସ୍ଥିତ ରହି କର୍ମଶାଳାରେ ଶିକ୍ଷା ନେବା ସହ ନିଜ ମତ ଉପସ୍ଥାପନା କରିଥିଲେ।
ଉଭୟ ପର୍ଯ୍ୟାୟକୁ ଅନୁଷ୍ଠାନର ସମ୍ପାଦକ ମନୋଜ ପାଢ଼ୀ ସଂଯୋଜନା କରିଥିଲେ। କର୍ମଶାଳା ଶେଷରେ କ୍ରିଏଟିଭ୍ ଆର୍ଟସ୍ ପକ୍ଷରୁ ନାଟ୍ୟକାର ତଥା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁବୋଧ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସହରର ବହୁ ଯୁବ ଓ ନୂତନ କଳାକାରଙ୍କ ସହ ଆୟୋଜକ ଅନୁଷ୍ଠାନର ବହୁ କଳାକାର ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.