ତୈଳ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ରାଜ ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ

0

ରାୟଗଡ(ସରୋଜ କୁମାର ସାହୁ) ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ, ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଜିନିଷର ଅହେତୁକ ଦରଦାମ ବୃଦ୍ଧିର ପ୍ରତିବାଦରେ ରାଜ ରାସ୍ତାକୁ ଓହ୍ଲାଇଛି ରାୟଗଡ ବିଜୁ ମହିଳା ଜନତା ଦଳ । ରାୟଗଡ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅନୂସୟା ମାଝୀଙ୍କ ନେୃତ୍ୱରେ ଶହଶହ ସଂଖ୍ୟାରେ ମହିଳା କର୍ମୀ ମାନେ ସ୍ଥାନୀୟ ଗଜପତି ଛକ ନିକଟରେ ଏକତ୍ରିତ ହୋଇ ଏହି ଦରବୃଦ୍ଧି ପ୍ରତିବାଦ କରି ଧାରଣାରେ ବସି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବଜି କରିଥିଲେ । ପ୍ରତିଦିନ ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ସିଧା ସଳଖ ସାଧାରଣ ଖାଉଟିଙ୍କ ଉପରେ ପଡୁଥିବା ବିଜୁ ମହିଳା ଦଳ ଅଭିଯୋଗ କରିଥିଲେ ।

ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଯୋଗୁଁ ମାଲ ପରିବହନ ଭଡା ମଧ୍ୟ ବୃଦ୍ଧି ପାଇଛି, ଯାହାର ପ୍ରଭାବରେ ଖାଉଟି ସାମଗ୍ରୀର ଦରଦାମ ବୃଦ୍ଧିର ପ୍ରମୂଖ କାରଣ ଏବଂ ଏହାର ପ୍ରଭାବରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ସଭାନେତ୍ରୀ ଶ୍ରୀମତୀ ମାଝୀ ପ୍ରକାଶ କରିଥିଲେ । ସ୍ଥାନୀୟ ଗଜପତି ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ବିଜୁ ମହିଳା ଜନତା ଦଳ କର୍ମୀ ମାନେ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ମାରଣନୀତିକୁ ବିରୋଧ କରି ସ୍ଲୋଗାନ ମାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ । ଏହା ପରେ ମହାମହୀମ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ପ୍ରଦାନ କରିଥିଲେ ।

ଉକ୍ତ ସ୍ମାରକପତ୍ର ପ୍ରଦାନ ସମୟରେ ରାୟଗଡା ବିଜୁ ମହିଳା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରମିତା ପାଢୀ, ରାଜ୍ୟ ଉପ-ସଭାନେତ୍ରୀ ସୁଜାତା ପାଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କମିଟିର ଉପଦେଷ୍ଟା ସୁଧୀର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଭି.ଗୌରୀ ଜୟନ୍ତି, ମଂଜୁଶ୍ରୀ ମୁଖାର୍ଜୀ, ପାଲି ଲତା, ଭି.ଲକ୍ଷ୍ମୀ ରାଣୀ, ଗୀତା କଣ୍ଡାଗରୀ, ବିଜେଡି ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ଖାଡଙ୍ଗା, ନଗର ସଭାପତି ସତ୍ୟ ପାଢୀ, ଜିଲ୍ଲା ପରିଷଦ ସଭ୍ୟ ଭି. ଗୌରୀବାବୁ, ବରିଷ୍ଠ ବିଜେଡି ନେତା ଚନ୍ଦ୍ରକାନ୍ତ ସାମଲ ଓ ବାନାଗାଡି ତରୁପତି ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.