ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

0

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ )କେବିକେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ଚଳିତ ବର୍ଷ ଚାଷ କାର୍ଯ୍ୟରେ ବର୍ଷାର ଅଭାବ ହେତୁ ଚାଷ ଜମି ଗୁଡିକ ପଡ଼ିଆ ପଡ଼ିଥିବା ବେଳେବି କୃଷି ବିଭାଗର ଅଣଦେଖା ନିତୀ ପାଇଁ ପାଟଣାଗଡ଼ ଉପଖଣ୍ଡକୁ ଯେତିକି ପରିମାଣର ମରୁଡି ଘୋଷଣା କରାଯିବା କଥା ତାହା କରାଯାଇ ନାହିଁ ! ଫଲରେ ଚାଷୀଙ୍କ ମନରେ ଅସନ୍ତୋଷର ଅଗ୍ନି ଦେଖାଦେଇଛି। ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକରେ ଶତାଧିକ ଚାଷୀ ବଲାଙ୍ଗିର ଜିଲ୍ଲା କୃଷକ ସଂଗଠନ ନିର୍ଦ୍ଦେଶନାରେ ଆଜି ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଖପ୍ରାଖୋଲ ଅଞ୍ଚଳ ହେଉଛି ଗରିବ ନିରିହ ଆଦିବାସୀ ଅଞ୍ଚଳ। ଯେଉଁଠି କି ଲୋକେ ଚାଷବାସ ଉପରେ ନିର୍ଭର କରିଥାନ୍ତି। ଏଭଳି ପରିସ୍ଥିତି ଲୋକ ଭୋକ ଉପାସରେ ବ୍ୟାକୁଳ ହୋଇଥିବା ବେଳେ ଏହି ବ୍ଳକକୁ କୃଷି ବିଭାଗ ଅଣଦେଖା କରି ମରୁଡି ଘୋଷଣା କରିନଥିବା ଅଭିଯୋଗ ହେଉଛି। ଆଜିର ଦାବିପତ୍ରରେ ଦାବି ଥିଲା କି, ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଉ, ସମସ୍ତ ଚାଷୀ ମାନଙ୍କୁ ଋଣ ଛାଡ ସହ ଫିଜ ଛାଡ଼ କରାଯାଉ ଓ ନୂତନ ଋଣର ସୁବିଧା କରାଯାଉ, ସିଧାସଳଖ ମରୁଡି ହୋଇଥିବା ଯୋଗୁଁ ଚାଷୀକୁ ଏକର ପ୍ରତି ୨୫୦୦୦ ଟଙ୍କା ପ୍ରଦାନ କରାଯାଉ,ଧାନ ଫସଲ ନଷ୍ଟ ହେତୁ କପା ଚାଷରେ ୨୦୦୦ ଟଙ୍କା ଲେଖାଏଁ ବୋନସ ଦିଆଯାଉ। ରବି ଚାଷୀଙ୍କୁ ସାର, ବିହନ ଠିକ୍ ଭାବରେ ଯୋଗାଇ ଦିଆଯାଉ,ଅଚଳ ହୋଇପଡିଥିବା ଉଠା ଜଳସେଚନ ନଳକୂପକୁ ଗଭୀର କରି ଠିକ୍ ପରିମାଣରେ ପାଣି ଯୋଗାଇବା ସହ ମାଗଣା ବିଦ୍ୟୁତ ଦିଆଯାଉ, ସ୍ଥାୟୀ ଉଠାଜଳସେଚନ କରିବା ସଙ୍ଗେ ସଙ୍ଗେ ପୁରୁଣା ବନ୍ଧ,କଟା , କୂଅକୁ ପୁନଃ ଉଦ୍ଧାର କରାଯାଉ,ସମସ୍ତ ପ୍ରକଳ୍ପ ଗୁଡିକକୁ ଯୁଦ୍ଧକାଳୀନ ଭିତ୍ତିରେ ଲଗାଯାଉ, ଖପ୍ରାଖୋଲ ବ୍ଳକ ରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରାଯାଉ, ବଲାଙ୍ଗିର ଜିଲ୍ଲାରେ ଥିବା ବିଜୟାନନ୍ଦ ଚିନିକଳ କୁ ସରକାର ହାତକୁ ନେଇ ଚଲାନ୍ତୁ , ପ୍ରତ୍ୟେକ ଚାଷୀ ମାନଙ୍କୁ ପରିଚୟ ପତ୍ର ଦେବା ସହ ଚାଷୀ ପେନସନ ଯୋଜନା ତିଆରି
କରାଯାଉ! ଓଡ଼ିଶାର ଉଠାଜଳସେଚନ ନିଗମ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଗଭୀର ନଳକୂପ ଦିଆଯାଇଥିବା ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯାଉ, ଖପ୍ରାଖୋଲ ବ୍ଳକରେ ବିଗତ ବର୍ଷ ଚାଷୀମାନଙ୍କ ଦେଇଥିବା ପ୍ରଧାନମନ୍ତ୍ରୀ ଫସଳ ବୀମା କାର୍ଯ୍ୟକାରୀ କରାଯାଉ, ମରୁଡି ସମୟରେ ବ୍ଳକରେ ଦୁଗ୍ଧ ଚାଷୀ ମାନଙ୍କୁ ରୋଜଗାର ଦେଉଥିବାରୁ  ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦିଅନ୍ତୁ,ଗତ ବର୍ଷ ଉତ୍କଟ ସାର୍ ଅଭାବ ଦେଖା ଯାଉଥିବା ବେଳେ ଯେଉଁ କଳାବଜାରୀ ଚାଲୁଥିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ। ଏସବୁ ଦାବି ଯଦି ପୂରଣ ନ ହୁଏ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବଲାଙ୍ଗିର ଜିଲ୍ଲା କୃଷକ ସଂଗଠନ ସଭାପତି ରୋକ ଠୋକ ଚେତାବନୀ ଦେଇଛନ୍ତି!!!!

Leave A Reply

Your email address will not be published.