କକ୍ରେନ୍ ଇଣ୍ଡିଆ ନେଟୱାର୍କ ସହ ଯୋଡି ହେଲା ସୋଆ

0

 

ଭୁବନେଶ୍ୱର: ଭାରତରେ କକ୍ରେନ୍ ଇଣ୍ଡିଆ ନେଟୱାର୍କ (ସିଆଇଏନ୍)କାର୍ଯ୍ୟକାରୀ ହେବା ସହିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍) ଏଥିରେ ଏକ ଆଫିଲିଏଟ୍ ସେଂଟର୍ ଭାବେ ଯୋଡି ହୋଇଛି ।
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ତଥ୍ୟ ପ୍ରଦାନ ପରିପ୍ରେକ୍ଷୀରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି । ସିଆଇଏନ୍ର ନିକଟରେ ଭର୍ଚୁଆଲ୍ ଶୁଭାରମ୍ଭ ହୋଇଛି ଓ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ, ନୂଆଦିଲ୍ଲୀ, ଏଥିରେ ସହଯୋଗ କରିଥିଲା । କକ୍ରେନ୍ ହେଉଛି ୟୁନାଇଟେଡ୍ କିଙ୍ଗଡମର ଏକ ସଂସ୍ଥା ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରକାର ତଥ୍ୟ ଉପଲବ୍ଧ କରିଥାଏ ବୋଲି ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି କହିଛନ୍ତି । ସିଆଇଏନ୍ ସହିତ ଯୋଡି ହୋଇଥିବା ୯ଟି ଅନୁଷ୍ଠାନ ମଧ୍ୟରୁ ସୋଆ ଅନ୍ୟତମ ହୋଇଥିବା ବେଳେ ଅନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନ ଗୁଡିକ ହେଉଛି ଏମ୍ସ, ନୂଆଦିଲ୍ଲୀ, ଆଇସିଏମ୍ଆର୍, ନୂଆଦିଲ୍ଲୀ, ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ୍, ଭେଲୋର, ଇଣ୍ଡିଆନ୍  ଇନଷ୍ଟିଟ୍ୟୁଟ ଅଫ୍ ପବ୍ଲିକ୍ ହେଲ୍ଥ, ହାଇଦ୍ରାବାଦ, କିଙ୍ଗ ଜର୍ଜସ ମେଡିକାଲ୍ ବିଶ୍ୱବିଦ୍ୟାଳୟ, ଲଖନଉ, ମଣିପାଲ୍ ଏକାଡେମୀ ଅଫ୍  ହାଇଅର୍ ଏଜୁକେସନ୍, ମଣିପାଲ୍, ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ଚଣ୍ଡିଗଡ ଓ ଟାଟା ମେମୋରିଆଲ୍ ହସ୍ପିଟାଲ୍, ମୁମ୍ବାଇ ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ରୁ ଉର୍ଧ୍ଵ ପ୍ରତିନିଧି ଯୋଗ ଦେଇଥିବା ବେଳେ ନୀତି ଆୟୋଗର ସଦସ୍ୟ ଡଃ ବିନୋଦ ପଲ୍ ଯୋଗ ଦେଇ ବିଶ୍ୱବ୍ୟାପି ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ତଥ୍ୟ ପ୍ରଦାନକୁ ନେଇ କକ୍ରେନ୍ର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସ୍ୱାସ୍ଥ୍ୟ ଗବେଷଣା ବିଭାଗର ସଚିବ ତଥା ଆଇସିଏମ୍ଆରର ଡାଇରେକ୍ଟର ଜେନେରାଲ୍ ପ୍ରଫେସର ବଳରାମ ଭାର୍ଗବ ମୁଖ୍ୟ ବକ୍ତା ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ୱାଲିଟି ଆସ୍ୟୁରାନ୍ସ ଫର୍ ନର୍ମସ୍ ଆଣ୍ଡ ଷ୍ଟାଣ୍ଡାର୍ଡସର ନିଦେ୍ର୍ଧଶକ ଡଃ ଜନ୍ ଗ୍ରୋଭ, କକ୍ରେନ୍ ଲାଇବ୍ରେରୀ ମୁଖ୍ୟ ସମ୍ପାଦକ ଡଃ କର୍ଲା ସୋର୍ସ – ୱାଇଜର, କକ୍ରେନ୍ ୟୁକେର ସିଇଓ ଡଃ ଜୁଡିଥ୍ ବ୍ରୋଡି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

 

Leave A Reply

Your email address will not be published.