ବାଲିଗୁଡ଼ା (ଗଗନ ପ୍ରଧାନ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବଣ୍ଡଗୁଡ଼ା ଗ୍ରାମ ଶିବମନ୍ଦିର ପ୍ରାଙ୍ଗଣ ଠାରେ ବଣ୍ଡଗୁଡ଼ା ଗ୍ରାମର ବିଜେଡି ସଭାପତି ଅଶୋକ କୁମାର ପାତ୍ରଙ୍କ ଅଧକ୍ଷତାରେ ବିଜେଡିରେ ଯୋଗ ଦେଲେ ଅବସର ପ୍ରାପ୍ତ ରାଜସ୍ବ ନୀରିକ୍ଷକ ବୃଷ ଦଳ ବେହେରା ଏବଂ ତାଙ୍କ ସହଯୋଗୀ I ଶ୍ରୀ ବୃଷ ଦଳ ବେହେରା ଏହା ପୂର୍ବରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଏବଂ ବୌଦ୍ଧ ବ୍ଲକରେ ରାଜସ୍ବ ନୀରିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ଏବଂ ତାପରେ ତହସିଲ୍ କାର୍ଯ୍ୟାଳୟ ସୁପର ଭାଇଯର ଦାୟିତ୍ବ ତୁଲାଇ ଥିଲେ I ଅବସର ନେଲାପରେ ଘରେ କାହିଁକି ବସି ରହିବି, ମୁଁ ଗ୍ରାମ ଗ୍ରାମ ବୁଲି ଲୋକଙ୍କ ପାଖରେ ରହି ସେବା କରିବି ବୋଲି ମନରେ ଭାବି ଥିଲି ଏବଂ ନବିନ ବାବୁଙ୍କ ଆଦର୍ଶ ନୀତି, ସ୍ବଚ୍ଛ ଶାସନଏବଂ ଜନ ହିତକର କାର୍ଯ୍ୟ କରୁଥିବାରୁ ମୋର ଶହ ହୃଦୟ ସହ ମୋ ପରିବାର ଏବଂ ମୋ ସହ ଯୋଗୀ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଆମେ ମାନେ ଯୋଗ ଦେଲୁ I ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳକୁ ମଜଭୂତ କରିବା ସହ ଆମ ପଞ୍ଚାୟତର ପ୍ରତ୍ୟେକ ଉନ୍ନତି କାର୍ଯ୍ୟରେ ସହଯୋଗ କରିବି ବୋଲି ଶ୍ରୀ ଦଳବେହେରା ସୂଚନା ଦେଇଛନ୍ତି I ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର, ବ୍ଲକ୍ ଅଧକ୍ଷl ସୂଲଚନା ଦଳବେହେରା, ବ୍ଲକ୍ ବିଜେଡି ସଭାପତି ବାସୁଦେବ ପଣ୍ଡା, ସଭାନେତ୍ରୀ ଅନିତା ମଲ୍ଲିକ, ସହ ସଭାପତି ସହଦେଵ ପାତ୍ର, ସମ୍ପାଦକ ଭାଗ୍ୟବାନ ବେହେରା, ସାରଙ୍ଗଡ ବିଜେଡି ସଭାପତି ଚନ୍ଦ୍ର ଶେଖର ଦାସ, ବଣ୍ଡଗୁଡ଼ା ସରପଞ୍ଚ ସଙ୍ଗୀତା ନାୟକ ଏବଂ ବଣ୍ଡଗୁଡ଼ା ଏବଂ ଯିରିଡିକିଆ ସମସ୍ତ ବିଜେଡି କର୍ମୀ ଉପସ୍ଥିତ ଥିଲେ I ସମସ୍ତ ମଞ୍ଚାସିନ ଅତିଥି ମିଶି ଶ୍ରୀ ଦଳବେହେରା ଙ୍କୁ ପୁଷ୍ପମାଲ୍ୟ ଓ ବିଜେଡିର ଉତ୍ତରୀୟ ଦେଇ ସ୍ଵାଗତସମ୍ବର୍ଦ୍ଧନା ଜଣାଇ ଥିଲେ I ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା I
Sign in
Sign in
Recover your password.
A password will be e-mailed to you.
Next Post