ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ): ପାଟଣାଗଡ଼ ଉପଖଣ୍ଡରେ ଗତ କିଛି ଦିନ ହେଲା ଚୋରା କାଠ ମାଫିଆ ମାନଙ୍କର ଦୌରାତ୍ମ ବଢ଼ି ଚାଲିଥିବା ବେଳେ ପାଟଣାଗଡ଼ ବନ ବିଭାଗ ଏକ୍ସନ ମୁଡ଼କୁ ଆସିଛି! ସୂଚନାଯୋଗ୍ୟ, ପାଟଣାଗଡ଼ ରେଞ୍ଜ ଅଧିନସ୍ଥ ଲରମ୍ଭା ସେକ୍ସନ ଦମକିପାଲି ଠାରେ ବିଲମ୍ବିତ ରାତିରେ ଏକ କାଠ ବୋଝେଇ ଟ୍ରାକ୍ଟର ଯାଉଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରିଥିଲେ।ଘଟଣା ସ୍ଥଳରୁ କାଠ ମାଫିଆ ଇନ୍ଦ୍ର ମେହେରକୁ ଗିରଫ କରିବା ସହ ଟ୍ରାକ୍ଟରକୁ ଜବତ କରିଥିଲେ!ଯାହାର ନଂ ଓଡି 0୩ଜେ ୧୮୨୮ ଏବଂଆଉ ଏକ ବାଇକ ସିଡି ଡିଲକ୍ସକୁ ଜବତ କରାଯାଇଛି!ଜବତ ଟ୍ରାକ୍ଟରରେ ଏକ ଫୁଟ ଗୋଲେଇ ମିଶ୍ରିତ ୧୫୬ ଖଣ୍ଡ ବଲି କାଠ ଜବତ କରାଯାଇଛି!ଯାହାର ଆନୁମାନିକ ମୂଲ୍ୟ ହାରାହାରି ୨୦,୦୦୦ ଟଙ୍କା ହେବ! ଏହି ଚଢ଼ାଉରେ ଲରମ୍ଭା ସେକ୍ସନର ଫରେଷ୍ଟର ଭାଗବତ ଦାସ,ଫରେଷ୍ଟ ଗାର୍ଡ ଶ୍ୟାମସୁନ୍ଦର ସାହୁ,ସୁନ୍ଦର ସାଏ ଓ ପାରା ଫରେଷ୍ଟ ଷ୍ଟାଫ୍ କୃଷ୍ଣ ସିଂ,ବାବୁଲାଲ ସିଂ ସମେତ ଆଦର୍ଶ ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି,ଦୀର୍ଘ ଦିନ ଧରି ଇନ୍ଦ୍ର ମେହେର ଚୋରା କାଠ ଚାଲାଣ କରୁଥିବା ଯୋଗୁଁ ଆଜି ଡିଏଫ୍ଓ ଙ୍କ ନିର୍ଦ୍ଦେଶନାରେ ଓ ରେଞ୍ଜରଙ୍କ ତତ୍ବାବଧାନରେ ଗିରଫ କରି ଜଙ୍ଗଲ ବିଭାଗ କେଶ ନମ୍ବର ଓଆର୍ ୧୫୮୨୧/୨୨ମାମଲା ରୁଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଥିବା ଫରେଷ୍ଟର ଭାଗବତ ଦାସ ସୂଚନା ଦେଇଛନ୍ତି!!
Sign in
Sign in
Recover your password.
A password will be e-mailed to you.