ବଙ୍ଗ।ଳୀ ସମାଜର ମାଲକାନଗିରି ସଦର ୟୁନିଟ ଗଠନ

13


(ସୁରେନ୍ଦ୍ର କୁମାର ବେମାଳ): ମାଲକାନଗିରି ବଙ୍ଗ।ଳୀ ସମାଜର ସଦର ୟୁନିଟ୍‍ ଗଠନ ସମାପ୍ତ ହୋଇଛି । ସ୍ଥାନୀୟ ଏମ୍‍.ଭି. ୩ ଗ୍ରାମ ସ୍ଥିତ ରାଧାଗୋବନ୍ଦ ମନ୍ଦିର ପ୍ରାଙ୍ଗଣରେ ସମାଜର ଜିଲ୍ଲା ସଭାପତି ଗୌରାଙ୍ଗ କର୍ମକାରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ସୁନିଲ ବିଶ୍ୱାସ, ସାଧାରଣ ସମ୍ପାଦକ ମନୋଜ ଚୌଧୁରୀ, କୋଷାଧ୍ୟକ୍ଷ ବିଦ୍ୟୁତ୍‍ ବିଶ୍ୱାସ, ଅତିରିକ୍ତ କୋଷାଧ୍ୟକ୍ଷ ସଞ୍ଜୟ ଗୋଲଦାର, କୋର କମିଟି ସଦସ୍ୟ ଡ. ଗୋପାଲ ଚନ୍ଦ୍ର ବିଶ୍ୱାସ, କମଲେଶ ରାୟ, ପ୍ରହଲ୍ଲାଦ ବୋସୁ, ଉପଦେଷ୍ଟା ରମେନ ରାୟ, ମୁଖ୍ୟ ପ୍ରବକ୍ତା ତାରକ ମଠଳ ମଞ୍ଚାସୀନ ହୋଇ ମାଲକାନଗିରି ସଦର ୟୁନିଟ ଅଧୀନ ସମସ୍ତ ଗ୍ରାମରୁ ଆସିଥିବା ମହିଳା ଓ ପୁରୁଷ ମନଙ୍କୁ ସମାଜର ଉଦ୍ଦେଶ୍ୟ, ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ୱନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ବିସେଷ କରି ଏହି ସମାଜ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହ ସମାନତା ରକ୍ଷା କରି ଆଗକୁ ବଢିବା ଉପରେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ସମାଜ କିପରି ଉନ୍ନତିମୂଳକ କାର୍ଯ୍ୟ କରି ଅଗ୍ରଗତି ହୋଇପାରିବ ସେ ସମ୍ପର୍କରେ ମଞ୍ଚାସୀନ ଅତିଥି ମାନେ ମତପ୍ରକାଶ କରିଥିଲେ । ଅବଶେଷରେ ଉପସ୍ଥିତ ମହିଳା ଓ ପୁରୁଷ ମାନଙ୍କୁ ନେଇ ଜୋନ୍‍ କମିଟି ଗଠନ କରାଯାଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ସରକାରଙ୍କୁ ସଦର ୟୁନିଟ ସଭାପତି ଭାବେ ମନୋନୀତ କରା ଯାଇଥିବା ବେଳେ ରଞ୍ଜିତ ସାହା କାର୍ଯ୍ୟକାରୀ ସଭାପତି, ଦେବବ୍ରତ କର୍ମକାର ସାଧାରଣ ସମ୍ପାଦକ, ଜଗନ୍ନାଥ ବୋସୁ କୋଷାଧ୍ୟକ୍ଷ, ମୁଖ୍ୟ ଉପଦେଷ୍ଟା ଦିଲିପ ଦାସଙ୍କ ସହ ୪୮ ଜଣ ସଦସ୍ୟଙ୍କୁ ନେଇ ସଦର ୟୁନିଟ କମିଟି ଗଠନ କରା ଯାଇଥିଲା । ଅବଶେଷରେ ନବ ନିର୍ବାଚିତ ସଦସ୍ୟମାନଙ୍କୁ ସମସ୍ତ ଜିଲ୍ଲା ସ୍ତରୀୟ ପଦାଧିକାରୀ ମନେ ସାଧୁବାଦ ଜଣାଇ ସଭାସାଙ୍ଗ କରିଥିଲେ ।

Leave A Reply

Your email address will not be published.