ଖୋର୍ଦ୍ଧା ସରସ୍ୱତୀ ଶିଶୁ ମନ୍ଦିରରେ ଛାତ ଭୁଶୁଡ଼ିଲା!

6


ପିଲା ପଢ଼ୁଥିବା ସମୟରେ ଘଟିଥିଲେ ଦାୟୀ କିଏ ହୋଇଥାନ୍ତା?


ଖୋର୍ଦ୍ଧାରୁ ( ସେକ ଜାଫର ): ଖୋର୍ଦ୍ଧା: ଖୋର୍ଦ୍ଧା ସରସ୍ୱତୀ ଶିଶୁ ମନ୍ଦିର ସ୍କୁଲର ଛାତ ଭୁଶୁଡ଼ି ପଡ଼ିବା ଘଟଣାକୁ ନେଇ ଏବେ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି। ସୌଭାଗ୍ୟବଶତଃ, ଯଦି ଏହି ଘଟଣା ପିଲାମାନେ ଶ୍ରେଣୀଗୃହରେ ପାଠ ପଢ଼ୁଥିବା ସମୟରେ ଘଟିଥାନ୍ତା, ତେବେ ପରିସ୍ଥିତି କେତେ ଭୟାବହ ହୋଇଥାନ୍ତା, ତାହା ସହଜରେ ଅନୁମାନ କରାଯାଇପାରେ।
ଯେଉଁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ାଯାଏ, ସେଠାରେ ସେମାନଙ୍କ ସୁରକ୍ଷାକୁ ନେଇ ଏଭଳି ପ୍ରଶ୍ନ ଉଠିବା ନିଶ୍ଚିତ ଭାବେ ଚିନ୍ତାଜନକ। ସ୍କୁଲ କୋଠାର ସ୍ଥିତି ଯାଞ୍ଚ ହେଉଥିଲା କି ନାହିଁ, ଛାତର ମରାମତି ପ୍ରତି ଧ୍ୟାନ ଦିଆଯାଇଥିଲା କି ନାହିଁ ଏବଂ ଏଭଳି ଘଟଣା ପାଇଁ କିଏ ଦାୟୀ, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପାଲଟିଛି।ପିଲାମାନଙ୍କ ଜୀବନ ସହ ଖେଳିବାକୁ କାହାକୁ ଅଧିକାର ଦିଆଯାଇଛି? ଘଟଣାର ଉପଯୁକ୍ତ ତଦନ୍ତ କରାଯିବା ସହ ସ୍କୁଲ କୋଠାର ସୁରକ୍ଷା ଯାଞ୍ଚ କରିବା ଏବଂ ଦୋଷୀ ଚିହ୍ନଟ ହେଲେ ତାଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବାକୁ ଦାବି ହେଉଛି।
କାରଣ, ଅଘଟଣ ଘଟିବା ପରେ ଦାୟିତ୍ୱ ଖୋଜିବା ଅପେକ୍ଷା ଅଘଟଣ ପୂର୍ବରୁ ସତର୍କ ହେବା ଅଧିକ ଜରୁରୀ।

Leave A Reply

Your email address will not be published.