ଝାରବନ୍ଧ-ମନୋହର ଦାଶ:କଳହ ର କରୁଣ ପରିଣତ ସ୍ୱରୂପ ବେକରେ ଗାମୁଛା ଭିଡି ସ୍ୱାମୀ କୁ ହତ୍ୟା କରିଛି ସ୍ତ୍ରୀ।ମୃତ୍ୟୁ ର ଶିକାର ହୋଇଥିବା ସ୍ୱାମୀ ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା କୁଶମଦରହା ଗ୍ରାମ ର ସଦାଶିବ ବରିହା(୪୮) ଦୀର୍ଘ ଦିନ ଧରି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା।ଗତ ଦୁଇ ଦିନ ତଳେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ବହୁ ପରିମାଣ ରେ ବଢିଯାଇଥିଲା।ସ୍ତ୍ରୀ ସମାରି(୪୫) ତା ସ୍ବାମୀ କୁ ବୁଝାସୁଝା କରି ନ ବୁଝି ଠିକ ବାଟ ରେ ନ ଆସିବାରୁ ସବୁ ଦିନ ମଦ ପିଇ ମାଡ଼ମାରୁଥିଲା ଦୀର୍ଘ ବର୍ଷ ବାହା ହେବା ପରେ ମଧ୍ୟ ଆମର ଦାମ୍ପତ୍ୟ ଜୀବନ ସୁଖଶାନ୍ତି ରେ କଟି ନଥିଲା ଏଣୁ କରି ବାଧ୍ୟ ହୋଇ ଶେଷରେ ସ୍ୱାମୀ କୁ ହତ୍ୟା କରିବାର ଉପାୟ ପାଞ୍ଚିଲି ବୋଲି ଝାରବନ୍ଧ ପୋଲିସର ଆଗରେ ସ୍ତ୍ରୀ ସମାରୀ ବରିହା ସ୍ୱୀକାର କରିଛି।ଥାନା ଅଧିକାରୀ ଅନିଲ ପ୍ରଧାନ ,ସବ ଇନିଷ୍ପେକଟର ଜଗା ବରିହା ପହଁଚି ଶବ ର ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସମାରୀ କୁ କୋର୍ଟ ଚାଲାଣ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.