ଶୁଣିଲେନି ପ୍ରଶାସନ, ଗାଁ ର ଯୁବକମାନଙ୍କ ସହାୟତା ରେ ଗାଁରେ ପହଞ୍ଚିଲା ମର ଶରୀର

0

କେରଳକୁ କାମ କରିବାକୁ ଯାଇ ଦାଦନ ଶ୍ରମିକ ଙ୍କ ମୃତ୍ୟୁ

କାଶୀପୁର/ବୈକୁଣ୍ଠ ଦୁରିଆ: ଗାଁ ରେ ପହଞ୍ଚିଲା ଦାଦନ ଖଟିବାକୁ ଯାଇ ସୁଦୁର କେରଳ ରାଜ୍ୟରେ ଗତ ୧୬ ତାରିଖରେ ସଡକ ଦୁର୍ଘଟଣା ପ୍ରାଣହରାଇ ଥିବା କୃଷ୍ଣ ନାଏକଙ୍କ ମର ଶରୀର । ଦାଦନ ଖଟିବାକୁ ଯାଇ କେରଳରେ ରହୁଥିବା ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଖୁରିଗାଁ ପଞ୍ଚାୟତ ଅମରସିଙ୍ଗଗୁଡା ଗ୍ରାମର କୃଷ୍ଣ ଏକ ଗାଡ଼ି ଧକ୍କାରେ ଗୁରୁତର ହୋଇ କେରଳର ତ୍ରିସୁରର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତିଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇ ଥିବାରୁ କିପରି ମର ଶରୀର ଗ୍ରାମକୁ ଅଣାଯିବ ଗାଁରେ ଭାଳେଣୀ ପଡ଼ିଯାଇଥିଲା। ପ୍ରଶାସନକୁ ଏବିଷୟରେ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ମର ଶରୀରଟିକୁ ଗାଁ କୁ ଆଣିବାକୁ ଗାଁର ଯୁବକ ଏବଂ ସ୍ବେଛାସେବୀ ମାନେ ନିଜସ୍ୱ ଉଦ୍ୟମରେ ଟଙ୍କା ଯୋଗାଡ କରି ମର ଶରୀରଟିକୁ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ।ଏଥି ପାଇଁ ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଗତକାଲି ସନ୍ଧ୍ୟାରେ ବ୍ଲକ୍ ପ୍ରଶାସନ ୧୦ହଜାର ଟଙ୍କା ଆଣି ମୃତକଙ୍କ ପରିବାରକୁ ଦେଇଛନ୍ତି। ମର ଶରୀର ଗାଁ ରେ ପହଞ୍ଚିବା ପୋରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.