ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗଙ୍ଗାବାଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଡିଖୁଡି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ତରଫରୁ ଖାଦ୍ୟ ବଣ୍ଟନ ବେଳେ ବିଶୃଙ୍ଖଳାର ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନଜର ରଖିଛି। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ତତ୍ୱାବଧାନରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଗଙ୍ଗାବାଡ଼ ପଞ୍ଚାୟତର ଗୁଡିଖୁଡି ଗ୍ରାମ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି।
ଅଭିଯୋଗ ହୋଇଥିବା ଦିନ ଗୁଗିଖୁଡି ଗ୍ରାମକୁ ସ୍ଥାନୀୟ ଗାରାବନ୍ଧ ଥାନା ଅଧିକାରୀ ଏବଂ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ଦାସ ଉକ୍ତ ସ୍ଥାନକୁ ଯାଇଥିଲେ ଓ ସେଠାକାର ସମସ୍ୟା ଉପରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ।
ବର୍ତ୍ତମାନ ସେଠାକାର ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କୁ ସୁଷମ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଚାଲୁରହି ଅଛି।ଏହି ପ୍ରସଙ୍ଗ ଉପରେ ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ର କୌଣସି ସମ୍ପର୍କ ନାହିଁ।
ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଜଣାଇ ଛନ୍ତି ଯେ ସେଠାକାର ଜନସାଧାରଣମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି ଓ କରା ଯିବ। ଏତଦ୍ ସହିତ ଲୋକଙ୍କର ଜୀବନ ଧାରଣର ମାନ ଉନ୍ନତି ପାଇଁ ମୌଳିକ ସମସ୍ୟା ଯଥା- ପ୍ରାଥମିକ ସ୍ୱାସ୍ଥ୍ୟ , ଶିକ୍ଷା ଓ ଗମନାଗମନର ବିକାଶ ଉପରେ ପଦକ୍ଷେପ ନିଆଯାଉଛି।
ସମ୍ପ୍ରତି ସେଠାରେ “ମତ୍ସ୍ୟ ପାଳନ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ” ତଥା ଆଇ. ଟି.ଡି.ଏ ତରଫରୁ ବିଭିନ୍ନ ବିକାଶ ମୂଳକ ଉନ୍ନୟନ ଯୋଜନା କରାଯାଇଛି। ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ମହୋଦୟ ସେଠାକାର ସ୍ଥାନୀୟ ଅଧିବାସୀଙ୍କର ସମସ୍ତ ସମସ୍ୟାର ସମାଧାନ ପାଇଁ ସରକାରୀ ନିୟମ ଅନୁଯାୟୀ ବିହିତ ପଦକ୍ଷେପ ଗ୍ରହଣ କରୁ ଛନ୍ତି ବୋଲି ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.