ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଜପତି ଜିଲ୍ଲା କାଶୀନଗର ବ୍ଳକ କେ.ସୀତାପୁର ପଞ୍ଚାୟତ ସଦର ମହକୁମା ନିବାସୀ ଡକ୍ଟର ନରସିଂହ ପ୍ରସାଦ ଚରତିଙ୍କୁ ଗ୍ଲୋବାଲ ଗ୍ଲୋରିୟସ ଆୱାଡ଼ରେ ସମ୍ମାନିତ କରାଯାଇ ଥିବାର ଜଣା ପଡିଛି।
ସୂଚନା ଯୋଗ୍ୟ ଯେ ଡକ୍ଟର ନରସିଂହ ପ୍ରସାଦ ଚରତି ଜଣେ ଯୁବକ ହୋଇଥିଲେ ହେଁ ସେ ଜିଲ୍ଲା ଓ ରାଜ୍ୟ ପାଇଁ ଅନେକ ଗୌରବ ଆଣିଦେଇ ପାରିଛନ୍ତି। ସେ ପିଲାଦିନରୁ ବିଭିନ୍ନ କଳା ତଥା ତବଲାବାଦକ, ଢୋଲକ ଆଦି ବାଜା ବାଜଣାରେ ମାହୀର ହୋଇ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ବର୍ତ୍ତମାନ ବି କଳା ସାଧନ ଜାରି ରଖିଛନ୍ତି। ତେଣୁ ଏଥି ଲାଗି ତାଙ୍କୁ କଳା ତିଳକ, ଧ୍ରୁଵ ରତ୍ନ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ବର୍ତ୍ତମାନ ଯୁବ ଅବସ୍ଥାରେ ସେ କେ. ସୀତାପୁର ଭଳି ପଲ୍ଲୀ ଅଞ୍ଚଳର ଜନସାଧାରଣଙ୍କ ନିମନ୍ତେ ପାରମ୍ପରିକ ଔଷଧ ଦେବା କାର୍ଯ୍ୟ କରୁଛନ୍ତି ତାହା ବି ନିଜର ପାରିଶ୍ରମିକ ନ ନେଇ ନିଶୁଳ୍କ ସେବା ଯୋଗାଇ ଦେଇ ଅଞ୍ଚଳବାସୀଙ୍କ ସେବା ଜାରି ରଖିଛନ୍ତି। ଏଥି ଯୋଗୁଁ ତାଙ୍କୁ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ତଥା ନୀତି ଆୟୋଗର ସହାୟତାରେ ଉତ୍ତର ପ୍ରଦେଶର ଆଗ୍ରା ଠାରେ ଗତ ୨୬-୯-୨୦୨୧ ରେ ଅନୁଷ୍ଠିତ ହୋଇଥିବା ଏକ ଉତ୍ସବରେ ଗ୍ଲୋବାଲ ଗ୍ଲୋରିୟାସ ଆୱାଡ଼ ପ୍ରଦାନ କରାଯାଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ ସେ କୌଣସି କାରଣରୁ ଯୋଗ ଦେଇ ନ ପାରିବାରୁ ତାଙ୍କ ନିକଟକୁ ପୋଷ୍ଟାଲ ମାଧ୍ୟମରେ ପୁରସ୍କାର ଓ ମାନପତ୍ର ପଠାଇ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମକୁ ବ୍ୟାକ୍ ବୋନ୍ ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିଚାଳନା କରିଥିଲେ। ସେହିପରି ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ଶ୍ରୀ ଚରତି ଅନଲାଇନ ମାଧ୍ୟମରେ ଭାରତର ବିଭିନ୍ନ ସ୍ଥାନର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଦେଶଭକ୍ତି ପଦର୍ଶନ ପୂର୍ବକ ଜାତୀୟ ପତାକା ଧରି ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହି ଅନଲାଇନ କାର୍ଯ୍ୟକ୍ରମରେ ୭୪୩୮ ଜଣ ଯୋଡ଼ି ହୋଇ ଏକା ସଙ୍ଗେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମ ମାତ୍ର ୫୨ ସେକେଣ୍ଡରେ ସମାପନ ହୋଇଥିଲା। ଏହାକୁ ନେଇ ଇଣ୍ଡିଆ ବୁକ ଅଫ୍ ରେକର୍ଡ ତରଫରୁ ଇଣ୍ଡିଆନ ୱାରେଲ୍ଡ ରେକର୍ଡ ସମ୍ମାନରେ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ହାଇଦ୍ରାବାଦ ଠାରେ ସମ୍ମାନୀତ କରାଯାଇଥିବାର ମଧ୍ୟ ଜଣା ପଡ଼ିଛି।ଏଥିଲାଗି ତାଙ୍କୁ ପ୍ରମାଣପତ୍ର , ପଦକ , ସ୍ମାରକି ଆଦି ପ୍ରଦାନ କରାଯାଇଥିବାର ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ଡକ୍ଟର ଜିଭିଏନ ଆରଏସଏସ ବର ପ୍ରସାଦ ଯୋଗ ଦେଇ ଥିଲେ। ୨୪ ବର୍ଷୀୟ ଯୁବକ ଭାବେ ଡକ୍ଟର ଚରତିଙ୍କୁ ଏପରି ସମ୍ମାନୀତ ପାଇ ଥିବାକୁ ନେଇ ଜିଲ୍ଲାର ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
Sign in
Sign in
Recover your password.
A password will be e-mailed to you.