ଜଗଦଲପୁର ପୋଲିସ ଜାଲ ରେ ଦୁଇ ଚୋର।

0 2

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ସରେଇକେଲା ଗ୍ରାମ ରେ ପୋଲିସ ଜାଲ ରେ ପଡିଲେ ଦୁଇ ଚୋର।ସୂଚନା ଅନୁଯାୟୀ ଗତ କିଛିଦିନ ତଳେ ଏକ ମୋଟର ସାଇକେଲ ଗେରେଜ ଦୋକାନରୁ ସେରଭୋ ମୋବିଲ ତେଲ ୨୦ଲିଟର ,୫ଟି ମୋଟର ସାଇକେଲ ବ୍ୟାଟେରୀ, ତିନି ଯୋଡି ଟାୟାର ,୪ଗୋଟି ଚେନ ସ୍ପକେଟ ଏବଂ ଆହୁରି ଅନ୍ୟାନ୍ୟ ଛୋଟ ସାମଗ୍ରୀ ଯୁଧିଷ୍ଠିର ଭୋଇ ଙ୍କ ଦୋକାନ ରୁ ଚୋରି କରି ନେଇ ଯାଇଥିଲେ।ଏ ସମ୍ପର୍କ ରେ ଶ୍ରୀ ଭୋଇ ଜଗଦଲପୁର ଥାନା ରେ ଅଭିଯୋଗ କରିଥିଲେ।ପୋଲିସ ଚୋର ଧରିବାକୁ ଜାଲ ବିଛାଇ ଥିଲା।ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ ସରେକେଲା ଗ୍ରାମ ର ଦୁଇ ଚୋର କୁ ଗିରଫ କରିଥିଲା।ଚୋରୀ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ବିକାଶ ରାଉତ ଓ ଆକାଶ ଲାଇ ବୋଲି ଜଣାପଡ଼ିଥିବା ବେଳେ ପୋଲିସ ସେମାନଙ୍କ ନାମ ରେ କେସ ନଂ୧୪୩/୨୧,୪୫୭/୩୮୦,୪୩୫/୩୪ ipc ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଅଧିକାରୀ ଶ୍ରୀ ବିରବର ଭଗତ ସୂଚନା ଦେଇଛନ୍ତି।

Leave A Reply

Your email address will not be published.