ଦେବଗଡ : ଆଜି ଭିଜିଲାନ୍ସ ଜାଲରେ ଫସିଛନ୍ତି ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ (ଜିପିଟିଏ) ବିକାଶ କୁମାର ବେହେରା | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ଜଜଙ୍କ ପକ୍ଷରୁ ଜାରି ୱାରେଣ୍ଟ ଆଧାରରେ ଭିଜିଲାନ୍ସ ପକ୍ଷରୁ ଦେବଗଡ ଜିଲ୍ଲାର ତିନୋଟି ଜାଗାରେ ଏକକାଳୀନ ଚଢ଼ାଉ ଜାରି ରହିଛି | ପ୍ରାଥମିକ ତଦନ୍ତ ଅନୁଯାୟି ଦେବଗଡ ଜିଲ୍ଲା ବାଲମ ଠାରେ ଗୋଟିଏ ଦୁଇ ମହଲା କୋଠା , ୬୦ ଟି ପ୍ଲଟ , ଗୋଟିଏ ଚାରିଚକିଆ ଗାଡି ଓ ନଗଦ ୧ ଲକ୍ଷ ଟଙ୍କା ମିଳିଥିବା ବେଳେ ତଦନ୍ତ ଜାରି ରହିଛି |
Sign in
Sign in
Recover your password.
A password will be e-mailed to you.
Prev Post
Next Post