ସାପ କାମୁଡ଼ାରେ ବିଧବା ମହିଳା ଙ୍କ ମୃତ୍ୟୁ

0 2

କଲ୍ୟାଣସିଂହପୁର/ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ ପଞ୍ଚାୟତ ସଦରର ବିଧବା ମହିଳା ତୁଲୁସା ପ୍ରଧାନୀ (୭୨)ସାପକାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।ଖବର ନେବାରୁ ଜଣା ପଡ଼ିଲାଯେ ଗତକାଲି ରାତ୍ରରେ ବିଧବା ତୁଲୁସା ଖାଇ ସାରିବା ପରେ ବାହାରେ ବୁଲାବୁଲି କରୁଥିବା ବେଳେ ଏକ ବିଷଧର ସାପ କାମୁଡି ଦେଇଥିଲା । ଏହାକୁ ପରିବାର ଲୋକେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଚିକିତ୍ସା କରିବା କିଛି ସମୟ ପରେ ପ୍ରଧାନୀ ଙ୍କ ମୃତ୍ୟୁ ହୋଇଥିଲା।ମୃତ୍ୟୁ ଖବର ଶୁଣି ପ୍ରଧାନୀ ପୁତ୍ର ସଞ୍ଜୟ କୁମାର ପ୍ରଧାନୀ ସ୍ଥାନୀୟ ଥାନା ରେ ଏତଲା ଦେଇଥିଲେ ।ଏହି ଲିଖିତ ଅଭିଯୋଗ କୁ ନେଇ ପୁଲିସ ଏସ ଆଇ ବିମଲ କଅଁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଁଞ୍ଚି ମୃତ୍ୟୁ ର କାରଣ ତଦନ୍ତ କରି ବା ପରେ ଶବ ଜବତ କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ ।ଏହାକୁ ନେଇ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.