ତିର୍ତ୍ତୋଲର ୩ ଯୁବ ବିଜେଡି ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟୀତ୍ୱ 

0

 

ତିର୍ତ୍ତୋଲ(ରମେଶ ମହାନ୍ତି)  -ତିର୍ତ୍ତୋଲ ବ୍ଳକ ଅଞ୍ଚଳର ୩ ଜଣ ଯୁବନେତାଙ୍କୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର ବିଜେଡି ଦଳୀୟ ପର୍ଯବେକ୍ଷକ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି । ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ  ଯୁବନେତା ଯଶୋବନ୍ତ ରାଉତଙ୍କୁ ତୁମୁଡ଼ିବନ୍ଧ ବ୍ଲକ,ରଶ୍ମିରଞ୍ଜନ ଚୌଧୁରୀଙ୍କୁ କୋଟଗଡ ବ୍ଲକ ଏବଂ ମମତା ଦାସଙ୍କୁ ଫୁଲବାଣୀ ବ୍ଲକ ଦାୟୀତ୍ୱ ପ୍ରଦାନ କରାଯାଇଛି। ଆଗଧାଡ଼ିର ନେତା ଭାବେ ପୁର୍ବରୁ  ଏମାନେ ଦଳୀୟ କାର୍ଯ୍ୟକ୍ରମରେ ବିଭିନ୍ନ ଦାୟୀତ୍ୱ ସଫଳତାର ସହିତ ନିର୍ବାହ କରିଛନ୍ତି। ଉକ୍ତ ଯୁବନେତାଙ୍କ ସାଙ୍ଗଠନିକ ଦକ୍ଷତାକୁ ଦେଖି ଦଳ ପକ୍ଷରୁ କନ୍ଧମାଳ ଜିଲ୍ଲାର ଉପରୋକ୍ତ ବ୍ଲକ ପର୍ଯବେକ୍ଷକ ଦାୟୀତ୍ୱ ପ୍ରଦାନ କରାଯାଇଛି। ଏହି ନିଯୁକ୍ତି ପାଇଁ ସେମାନେ  ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଯୁବ ଜନତାଦଳ ରାଜ୍ୟ ସଭାପତି ଅମରେଶ ପତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ଦଳକୁ ତଳସ୍ତରରୁ ମଜବୁତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠା ଟାଣ କରିବା ପାଇଁ ସେମାନେ କାମ କରିବେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।  

Leave A Reply

Your email address will not be published.