ବୁଗୁଡା (ଡ଼କ୍ଟର କୁମୁଦ ଚନ୍ଦ୍ର ବେହେରା ) : ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ପଞ୍ଚାୟତର ଆଦିବାସୀ ଗ୍ରାମ କିରିଆମ୍ବାର ଲୋକେ ଚାରିମାସ ହେଲା ପିଉଛନ୍ତି ଝରଣା ପାଣି। ଚାରିମାସ ହେଲା ସୌର ଚାଳିତ ପାନୀୟ ଜଳ ଯୋଗାଣ କେନ୍ଦ୍ର ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ବର୍ତ୍ତମାନ କିରିଆମ୍ବା ଗ୍ରାମବାସୀଙ୍କ ପାନୀୟ ଜଳ ପାଇବା ପାଇଁ ଗ୍ରାମର ପୂର୍ବ ଦିଗରେ ଥିବା ଝରଣା ହେଉଛି ଏକମାତ୍ର ଭରଷା। କିରିଆମ୍ବା ଗ୍ରାମର ୫୬ ଗୋଟି ଆଦିବାସୀ ପରିବାରର ଲୋକମାନେ ବର୍ଷା ଦିନେ ବାଧ୍ୟ ହେଉଛନ୍ତି ଝରଣାର ଗୋଳିଆ ପାଣି ପିଇବା ପାଇଁ। କିରିଆମ୍ବା ଗ୍ରାମବାସୀ କହିବା ପ୍ରକାରେ ଏହି ବିଷୟ ନେଇ ବୁଗୁଡା ବିଡ଼ିଓଙ୍କୁ କହିବା ପରେ ବିଡ଼ିଓ ମହୋଦୟ ଛତ୍ରପୁର ଓରେଡା ଅଫିସକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ। ଏହି ବିଷୟ ନେଇ ବିଡ଼ିଓ ତନ୍ମୟ ପାତ୍ରଙ୍କ ସହ ଯୋଗାଯୋଗ ବେଳେ ସେ କହିଲେଯେ ଓରେଡା ଅଧୀନରେ ଥିବା ସୌର ଚାଳିତ ପାନୀୟ ଜଳ ଯୋଗାଣ କେନ୍ଦ୍ର ଗୁଡିକ ଗଞ୍ଜାମ ଜିଲ୍ଲା ପିଡ଼ି ମହୋଦୟଙ୍କ ଅକ୍ଟୋବର ୫ ତାରିଖ ପତ୍ର ପ୍ରକାରେ ପଞ୍ଚାୟତ ସମିତିକୁ ହସ୍ତାନ୍ତର କରାଯାଇଛି। ଖୁବ ଶୀଘ୍ର ଅଚଳ ସୌର ଚାଳିତ ପାନୀୟ ଜଳଯୋଗାଣ କେନ୍ଦ୍ର ଗୁଡିକ ମରାମତି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ପ୍ରକାଶ ଥାଉକି ପୂର୍ବରୁ ଓରେଡା ଅଧୀନରେ ସୌର ଚାଳିତ ଜଳଯୋଗାଣ କେନ୍ଦ୍ର ଗୁଡିକ ଥିବା ବେଳେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ବ୍ୟତୀତ ଅନ୍ୟ ୨୧ ଗୋଟି ବ୍ଲକର ୪୩୫ ଗୋଟି ସୌର ଚାଳିତ ପାନୀୟ ଜଳଯୋଗାଣ ପ୍ରକଳ୍ପ ଗୁଡିକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ପତ୍ର ସଂଖ୍ୟା ୭୫(୨୧) ତାରିଖ ୦୫/୧୦/୨୧ ପ୍ରକାରେ ବ୍ଲକକୁ ହସ୍ତାନ୍ତର କରାଯାଇଛି। ୪୩୫ ଜଳଯୋଗାଣ କେନ୍ଦ୍ର ମଧ୍ୟରୁ ୩୩୬ ଗୋଟି ଚାଲୁ ଅବସ୍ଥାରେ ଥିବାବେଳେ ଅନ୍ୟ ସମସ୍ତ ଅଚଳ ଅବସ୍ଥାରେ ପଡି ରହିଛି।
Sign in
Sign in
Recover your password.
A password will be e-mailed to you.
Next Post