ଜବାହାର ଉଦ୍ୟାନ ଏବେ ନୂଆ ରୂପରେ

0 2

ହିଣ୍ଡାଲକୋ ପକ୍ଷରୁ ସଫେଇ ଅଭିଯାନ ଆୟୋଜିତ

ଭୁବନେଶ୍ୱର : ‘ଆଜାଦି କା ଅମୃତ ମହୋତ୍ସବ’ ପାଳନକୁ ଆଗେଇ ନେଇ ଏବଂ ଜବାହାର ଉଦ୍ୟାନ ପରିଚାଳନା ସଂସ୍ଥା ସହିତ ମିଳିତ ଭାବରେ ହିଣ୍ଡାଲକୋ, ହୀରାକୁଦ ପକ୍ଷରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ (ସଫେଇ ଅଭିଯାନ) ଶୁଭାରମ୍ଭ କରାଯାଇଥିଲା । ହିଣ୍ଡାଲକୋ ହୀରାକୁଦ କ୍ଲଷ୍ଟରର ମୁଖ୍ୟ ଶ୍ରୀ କୈଳାସ ପାଣ୍ଡେଙ୍କ ନେତୃତ୍ୱରେ ହିଣ୍ଡାଲକୋ କର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣ ସ୍ୱେଚ୍ଛାକୃତ ଭାବରେ ଏକ ପରିଷ୍କୃତ ଏବଂ ସବୁଜ ଜବାହାର ଉଦ୍ୟାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି, ଯାହା ବାସ୍ତବରେ ଉତ୍ସାହପ୍ରଦ ହୋଇଛି । ଏହି ଅବସରରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ପଡିଥିବା ପ୍ଲାଷ୍ଟିକ, ପଲିଥିନ ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ସଂଗ୍ରହ କରାଯିବା ପରେ ଉଦ୍ୟାନ ଅତି ସୁନ୍ଦର ରୂପ ଧାରଣ କରିଛି । ଏହାର ଦୃଶ୍ୟରାଜି ଅତ୍ୟନ୍ତ ମନୋରମ ହୋଇଛି । ‘ପରିଷ୍କାର ପରିଚ୍ଛନ୍ନତା ପରବର୍ତ୍ତୀ ଭକ୍ତିଭାବ’ ବୋଲି ଉକ୍ତିକୁ ଅନୁସରଣ କରିବା ଏବଂ ଏହି ରାଷ୍ଟ୍ରୀୟ ପ୍ରୟାସକୁ ତୃଣମୂଳ ସ୍ତରରୁ ସଫଳ କରିବାକୁ ଶ୍ରୀ ପାଣ୍ଡେ ସମସ୍ତଙ୍କୁ ନିବେଦନ କରିଥିଲେ ।
ନେହରୁ ଯୁବକେନ୍ଦ୍ରର ଶ୍ରୀ ମାରିଆନସ୍‍ ବିଲୁଙ୍ଗ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ଜବାହାର ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ପ୍ରିୟ ସ୍ଥାନ ଭାବରେ ବଜାୟ ରଖିବା ଏବଂ ଉକ୍ତ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥଳରେ ପରିଣତ କରିବାରେ ହିଣ୍ଡାଲକୋର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ଯେ ନେହରୁ ଯୁବକେନ୍ଦ୍ର ସରକାରଙ୍କର ଏକ ସ୍ୱୟଂଶାସିତ ସଂସ୍ଥା ।
ଏହି କାର୍ଯ୍ୟକ୍ରମରେ ହିଣ୍ଡାଲକୋର ୟୁନିଟ ମାନବ ସମ୍ବଳ ମୁଖ୍ୟ ଶ୍ରୀ କୃଷ୍ଣ ପାଢୀ, ଜିଏମ ଲିଆସନିଙ୍ଗ ଶ୍ରୀ କୃଷ୍ଣ ପାଣ୍ଡେ, ସିଏସଆର୍‍ ଟିମ୍‍ ସଦସ୍ୟ ଶ୍ରୀ ସୁକାନ୍ତ ମହାପାତ୍ର ଓ ଶ୍ରୀ ସରୋଜ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ନେହରୁ ଯୁବ କେନ୍ଦ୍ରର ଶ୍ରୀ ନୟନ ସାହୁ, ଶ୍ରୀ ମାଇକେଲ କୁଲ୍ଲୁ, ଶ୍ରୀମତୀ ନଳିନୀ ସୁନିଆ ଏବଂ ଶ୍ରୀ ଅଶୋକ ନାୟକ (ହୀରାକୁଦ ନଦୀବନ୍ଧର ସହକାରୀ ନିର୍ବାହୀ ଯନ୍ତ୍ରୀ) ମଧ୍ୟ ଉପସ୍ଥିତ ରହିଥିଲେ ।

 

 

Leave A Reply

Your email address will not be published.