ମହିଳାଙ୍କ ପାଇଁ କାମ କରୁଥିବା ମହିଳା ପ୍ରତିନିଧି ମଣ୍ଡଳିକୁ ଭେଟିଲେ ଧର୍ମେନ୍ଦ୍ର

0 2

ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ‘ଦୃଷ୍ଟି ସ୍ତ୍ରୀ ଅଧ୍ୟୟନ ପ୍ରବୋଧନ କେନ୍ଦ୍ର’ର ସମସ୍ତ ମହିଳା ପ୍ରତିନିଧି ମଣ୍ଡଳିକୁ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ସେମାନେ “ଭାରତରେ ମହିଳାଙ୍କ ସ୍ଥିତି” ଶୀର୍ଷକ ଏକ ରିପୋର୍ଟ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।
ସମାଜର ମହିଳାଙ୍କ ଉପରେ ଗବେଷଣା ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କାର୍ଯ୍ୟ କରୁଥିବା ଏହି ପ୍ରତିନିଧି ମଣ୍ଡଳି ଶିକ୍ଷା ମାଧ୍ୟମରେ ଲିଙ୍ଗ ସମ୍ବେଦନଶୀଳତାକୁ ପ୍ରୋତ୍ସାହନ, ଏନସିସି, ଏନଏସଏସ ଏବଂ ସ୍କାଉଟ୍ସ ଏବଂ ଗାଇଡରେ ଛାତ୍ରୀଙ୍କୁ ଅଧିକରୁ ଅଧିକ ସାମିଲ କରିବା, ଦକ୍ଷତା ବିକାଶ ଏବଂ କ୍ରୀଡ଼ାକୁ ପ୍ରୋତ୍ସାହନ ଏବଂ ଛାତ୍ରୀମାନଙ୍କ ପାଇଁ ଡ୍ରପ ଆଉଟ୍ ହାର ହ୍ରାସ କରିବା ଉପରେ କିଛି ପରାମର୍ଶ ଦେଇଛନ୍ତି |

 

 

Leave A Reply

Your email address will not be published.