କଲ୍ୟାସିଂହପୁର/ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ ଗୃହ ଉଦଘାଟନ ହୋଇଛି ।ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ କୁ ଉଦଘାଟନ କରିଛନ୍ତି ।ଏହାପରେ ବିଦ୍ୟାଳୟ ନିକଟରେ ବ୍ଲକ ଅନୁ ଦାନ 5 ଲକ୍ଷ ଟଙ୍କା ଖର୍ଚ୍ଚ କରି ମିଶନ ଶକ୍ତି ଗୃହ ପାଇଁ ଭୂମି ପୂଜା କରାଯାଇଛି ।ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବଦାସ ସାମଲ, ବ୍ଲକ ମଙ୍ଗଳସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୁଣ୍ଡୁ ଲୋକନାଥ, ସରପଞ୍ଚ କାନ୍ଦୁରୁ ୱାଡ଼କା ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,ଗ୍ରାମବାସୀ ,ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ ।ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି ଶିକ୍ଷଣ ଦେବାପାଇଁ ଏପରି ବ୍ୟବସ୍ଥା କରାଯାଇଛି ବୋଲି ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.
Prev Post