ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ମହାତ୍ମା ଗାନ୍ଧୀ ଜୟନ୍ତୀରୁ ସାମାଜିକ ସେବା କାର୍ଯ୍ୟକ୍ରମର ଆୟୋଜନ।

0 2

ଭୁବନେଶ୍ୱର:-ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସଂପ୍ରତି କୋଭିଡ୍ ସଂକ୍ରମଣ କୁ ଦୃଷ୍ଟିରେ ରଖି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ସାମାଜିକ ସେବା କାର୍ଯ୍ୟକ୍ରମ ର ଆୟୋଜନ କରିବ ବିଜୁ ଯୁବ- ଛାତ୍ର ଜନତା ଦଳ । ଆଜି ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଓ୍ବେବିନାର ରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ କହିଥିଲେ କି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳର ପ୍ରତ୍ୟେକ ଯୁବକ ଏବଂ ଛାତ୍ରମାନେ ସେବାବ୍ରତୀ ହୋଇ ଏହି ସାମାଜିକ କାର୍ଯକ୍ରମ ମାଧ୍ୟମରେ ସମାଜର ପ୍ରତ୍ୟେକ ବ୍ୟକ୍ତି ବିଶେଷ ଙ୍କୁ ସାହାଯ୍ୟ କରିବାକୁ ଆହ୍ୱାନ କରୁଛି।ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଚାନ୍ଦବାଲି ଡଃ ବ୍ୟୋମକେଶ ରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଓ୍ବେବିନାର ରେ ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ-ଛାତ୍ର ବ୍ୟାପାର) ତଥା ବିଧାୟକ ଧର୍ମଶାଳା ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିବା ବିଷୟରେ ସବିଶେଷ ଖସଡ଼ା ପ୍ରଦାନ କରିଥିଲେ।।

ଏଠାରେ ସୁଚନା ଥାଉ କି କୋଭିଡ୍ ର ସଂକ୍ରମଣ କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଆୟୋଜନ କରାଯାଉଥିବା ଜନ ସଂପର୍କ ପଦଯାତ୍ରା ପରିବର୍ତ୍ତେ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଦୀର୍ଘ ଏକ ମାସ ଧରି ଓଡ଼ିଶାର ସମସ୍ତ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରରେ ବିଭିନ୍ନସାମାଜିକ ସେବା ଯଥା ରକ୍ତଦାନ କାର୍ଯ୍ୟକ୍ରମ, ଶ୍ରମଦାନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଭିନ୍ନ ଚିକିତ୍ସାଳୟ ର ପରିସର , ନିକଟସ୍ଥ ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୁତି ସ୍ଥାନ କୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ ଥିବା ବେଳେ ବିଜୁ ଛାତ୍ର ଜନତା ପକ୍ଷରୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ର ପରିସର, ଏବଂ ଏହାର ପାରିପାର୍ଶ୍ବିକ ସ୍ଥାନ ତଥା ରାସ୍ତା ଘାଟ କୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ ରହିଛି। ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏହି ସାମାଜିକ ସେବା କାର୍ଯ୍ୟକ୍ରମ ଅନନ୍ୟ ଉଦାହରଣ ସୃଷ୍ଟି କରିବ ।ଏହି ଓ୍ବେବିନାର ରେ ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଜୋନ୍ ସଭାପତି ଜିଲ୍ଲା ସଭାପତି, ବ୍ଲକ ସଭାପତି,ଆଇ.ଟି ସଂଯୋଜକ ଏବଂ ଡିଜିଟାଲ ସେକ୍ରେଟାରୀ ପ୍ରମୁଖ ଯୋଗ ଦେଇଥିଲେ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.