ଓଡ଼ଗାଁ ବ୍ଳକ୍ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର,

9

ବିଭିନ୍ନ ଭତ୍ତା,ଗ୍ରାମୀଣ ଗୃହ,ସମ୍ପର୍କିତ ୧୭ ଅଭିଯୋଗ


ଓଡ଼ଗାଁ ୨୬।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ବ୍ଳକ ମିଶନ ଶକ୍ତି ଗୃହରେ ଆଜି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ବିଡିଓ ପ୍ରିତିବାଳା ରଣା ଅଭିଯୋଗ ଗୁଡ଼ିକର ଶୁଣାଣୀ କରିବା ସହିତ ବିଭାଗୀୟ ଅଧିକାରୀମାନେ ଏହାର ସମାଧାନ କରିଥିଲେ।ଆଜିର ବ୍ଳକ ସ୍ତରୀୟ ଜନ ଶୁଣାଣୀ ଶିବିରରେ ୧୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୨ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୦୩ଟି ବିଭିନ୍ନ ପ୍ରକାର ଭତ୍ତା, ଗୋଟୁ ରାସନ କାର୍ଡ ଏବଂ ଗୋଟିଏ ପାନୀୟଜଳ ଯୋଗାଣ ସମ୍ବନ୍ଧୀୟ ଅଭିଯୋଗ ହୋଇଥିବା ବେଳେ ଅନ୍ୟାନ୍ୟ ୦୬ ଅଭିଯୋଗର ଶୁଣାଣୀ ହୋଇଥିଲା।ଶିବିରରେ ଅତିରିକ୍ତ ତହସିଲଦାର ପବିତ୍ର ସେଠୀ ଅତିରିକ୍ତ ବିଡିଓ କବିତା କୁମାରୀ ପ୍ରଧାନ,ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ, ଓଡ଼ଗାଁ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶ ଚନ୍ଦ୍ର ପଣ୍ଡିତ, ସହରାଞ୍ଚଳ ପାନୀୟଜଳ ଯୋଗାଣ ଯନ୍ତ୍ରୀ ବିନୋଦ ଯେନା,ବ୍ଳକ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ,ଆକାଶ ନାୟକ,ଶ୍ରମ ଅଧିକାରୀ ମୋନିକା ସେଠ,ବିଦ୍ୟୂତ ବିଭାଗ ଯନ୍ତ୍ରୀ ବିନୋଦ ମହାରଣା, ସହକାରୀ ମତ୍ସ୍ୟ ଅଧିକାରୀ ସୋନାଲୀ ସୁଚରିତା, କୃଷି ଓ ଉଦ୍ୟାନ ବିଭାଗ ମଧ୍ୟମ ଜଳସେଚନ ଯୋଜନା ଶରଣକୁଳ,ବିପିସି କାର୍ତ୍ତିକ ଦାସ, ପ୍ରମୁଖ ଯୋଗଦେଇ ଅଭିଯୋଗ ଶୁଣିଥିଲେ।

Leave A Reply

Your email address will not be published.