ରାଗିଡି ଗ୍ରାମରେ ୧୦ ଦିନିଆ ଛତୁଚାଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ୍ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ରାଗିଡି ଗ୍ରାମରେ ଗତ ୨୦ ତାରିଖ ଠାରୁ ୧୦ ଦିନଧରି ଚାଲିଥିବା ଛତୁଚାଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁଧବାର ଦିନ ଉଦଯାପିତ ହୋଇଯାଇଛି ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଗୁମ୍ମାବ୍ଲକ ଅନ୍ତର୍ଗତ ରାଗିଡି ଗ୍ରାମ ପଞ୍ଚାୟତର ୩୪ ଜଣ ମହିଳା ଓ ଜଣେ ପୁରୁଷ ଛତୁଚାଷ ଉପରେ ପ୍ରଶିକ୍ଷଣ ନେଉଥିଲେ । ଏହି ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରଶିକ୍ଷଣ ସମୟରେ ୧୦ ଦିନଧରି ମାଗଣା ଖାଇବା , ରହିବା ଓ ଅନ୍ୟାନ୍ୟ ଖର୍ଚ୍ଚ ଯୋଗାଇ ଦିଆଯାଉଥିଲା।
ପ୍ରଶିକ୍ଷଣର ଉଦଯାପନୀ କାର୍ଯ୍ୟକ୍ରମରେ ଆୟୋଜିତ ସଭାରେ ପ୍ରଶିକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ୱରେ ନାବାର୍ଡ ସଂସ୍ଥାର ଗଜପତି ଜିଲ୍ଲା ବିକାଶ ପ୍ରବନ୍ଧକ ଶ୍ରୀ ପ୍ରତୀକ ପଣ୍ଡା ମୁଖ୍ୟଅତିଥି ଭାବେ ଏବଂ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ କିଶୋର ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନେ ଏହାଦ୍ୱାରା ଭବିଷ୍ୟତରେ ଆତ୍ମନିଯୁକ୍ତି ହୋଇ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେବାସହ ପ୍ରଶିକ୍ଷାର୍ଥୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଶିକ୍ଷଣର ପ୍ରମାଣପତ୍ର ବଣ୍ଟନ କରିଥିଲେ ।
ପ୍ରଶିକ୍ଷଣ ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲୀପ କୁମାର ତନ୍ତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରି ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.