ଗୌଡ଼ପୁଟ ରାଜ୍ୟସ୍ତରୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ: ଫାଇନାଲ୍‌ରେ ମଙ୍ଗଳା ଖୋର୍ଦ୍ଧା,

15


ଓଡ଼ଗାଁ, ୨୬।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୌଡ଼ପୁଟ ପଞ୍ଚାୟତର ଝାଙ୍ଗିରାମ ହାଇସ୍କୁଲ, ଗୌଡ଼ପୁଟ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬ର ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ରେ ଖଣ୍ଡପଡ଼ା ଦଳକୁ ୭-୨ ଗୋଲ୍‌ରେ ପରାସ୍ତ କରି ମଙ୍ଗଳା ଖୋର୍ଦ୍ଧା ଦଳ ଫାଇନାଲ୍‌ରେ ପ୍ରବେଶ କରିଛି। ବୁଢ଼ାବୁଢ଼ିଆଣୀ କ୍ରୀଡ଼ା ସଂସଦ ଓ ନେତାଜୀ କ୍ଲବ, ଗୌଡ଼ପୁଟର ମିଳିତ ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଆସନ୍ତା ୨୭ ତାରିଖ ମଙ୍ଗଳବାର ଫାଇନାଲ୍‌ ମ୍ୟାଚ୍‌ରେ ମଙ୍ଗଳା ଖୋର୍ଦ୍ଧା ଓ ବୋଲଗଡ଼ ଏଫ୍‌ସି ମଧ୍ୟରେ ରୋମାଞ୍ଚକର ମୁକାବିଲା ହେବ। ଏନେଇ କ୍ଲବ ସଭାପତି ଦିଲ୍ଲୀପ ମାର୍ଥା ସୂଚନା ଦେଇଛନ୍ତି।

ଏହି ମ୍ୟାଚ୍‌ରେ ଦିବାକର ନାୟକ, ରଘୁନାଥ ଆଥଲେଟିକ ଆସୋସିଏସନ୍,ଓଡ଼ଗାଁର ସମ୍ପାଦକ, ପ୍ରମୋଦ ଦୋରା, ପ୍ରମୋଦ କୁମାର ପାତ୍ର, ନିତ୍ୟାନନ୍ଦ ପ୍ରଧାନ, ବନମାଳୀ ଦାସ, ଶୁଭକାନ୍ତ ଚୌଧୁରୀ, ରଞ୍ଜନ କୁମାର ମାର୍ଥା, ରେଢ଼ାଖୋଲର ନିର୍ବାହୀ ଅଧିକାରୀ ଏବଂ ଆଧାର ମ୍ୟାନେଜର ସ୍ମୃତିରଞ୍ଜନ ନାୟକ ଅତିଥି ଭାବେ ଯୋଗଦେଇଥିଲେ। ମନୋରଞ୍ଜନ ଦାସ, ସୁରେଶ ପରିଡ଼ା, ପ୍ରସନ୍ନ ନାୟକ ଓ ସୂର୍ଯ୍ୟକାନ୍ତ ଦଳବେହେରା ରେଫରି ଭାବେ ଖେଳ ପରିଚାଳନା କରିଥିଲେ। ଶ୍ରୀଧର ପରିଡ଼ା ଓ କ୍ରୀଡ଼ା ସମ୍ପାଦକ କେଦାର ଚନ୍ଦ୍ର ସାହୁ ଖେଳର ସଂଯୋଜନା କରିବା ସହ ଧାରାବିବରଣୀ ପ୍ରଦାନ କରିଥିଲେ।

Leave A Reply

Your email address will not be published.